କଳଙ୍କିତ ହେଉଛି ବିଦ୍ୟା ମନ୍ଦିର, ଦିନରେ ପାଠପଢା ରାତି ହେଲେ ଦେହ ବେପାର

ଅର୍ଗସ ବ୍ୟୁରୋ : ''ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ I'' ପିଲାଦିନେ ଆମେ ସମସ୍ତେ 'ବର୍ଣ୍ଣବୋଧ' ବହିରେ ଏହି କଥାଟି ପଢିଛେ ନିଶ୍ଚୟ I ତେବେ ସେତେବେଳେ ହୁଏତ ଏହାର ଗୁରୁତ୍ୱକୁ ଏତେ ମାତ୍ରାରେ ଉପଲବ୍ଧି କରିପାରୁନଥିଲେ କେହି I କିନ୍ତୁ ବର୍ତ୍ତମାନ ସମୟରେ ଆମ ଜୀବନରେ ଶିକ୍ଷାର ମହତ୍ତ୍ୱ କେତେ ବେଶୀ; ତାହା ଆମେ ଅନୁଭବ କରିଛେ, ଜାଣିଛେ, ବୁଝିଛେ ଆଉ ଉପଲବ୍ଧି କରିପାରୁଛେ ମଧ୍ୟ I
ଶିକ୍ଷା ! ଛୋଟିଆ ଶବ୍ଦଟିଏ ହେଲେ ବି ଏହାର ଅର୍ଥ ବଡ ବ୍ୟାପକ I ମଣିଷକୁ ଅନ୍ଧାରରୁ ଆଲୋକ ଆଡକୁ ବାଟ କଢେଇ ନିଏ । କିନ୍ତୁ ଆଜି ଏହି ବିଦ୍ୟା ଅନ୍ଧାରରେ । ବିଦ୍ୟାର ଅନ୍ଧାରୀ କୋଠରିରେ ଚାଲିଛି ଦେହ ବେପାର । ଶିକ୍ଷାର ଆଲୋକରୁ ବାହାରି ଆନ୍ଧାରକୁ ଆପଣାଉଛନ୍ତି ଆଜି କାଲି କଲେଜରେ ପାଠ ପଢୁଥିବା ଛାତ୍ରଛାତ୍ରୀ ।
📱 Get Argus News App
✨ଏ ହେଉଛି ସେହି କଲେଜ ଯେଉଁଠି ଦିନରେ ଚାଲେ ପାଠ ପଢ଼ା, ରାତିରେ ଦେହବେପାର । ଆଉ ଦେହ ବେପାର କାର୍ଯ୍ୟର ମୁଖ୍ୟ ଦଲାଲ ସାଜିଥିଲେ କଲେଜର ରାତ୍ର ଜଗୁଆଳୀ। ଏମିତି ଏକ ବିଚିତ୍ର କଲେଜ ଚାଲିଥିଲା ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅଞ୍ଚଳରେ । ଏନେଇ ଅଭିଯୋଗ ହେବା ପରେ ପୋଲିସ୍ ଅଭିଯୁକ୍ତ ରାତ୍ର ଜଗୁଆଳୀ ଓ ଜଣେ ଯୁବତୀଙ୍କୁ ଗିରଫ କରିବାରେ ସଫଳ ହୋଇଛି । ହେଲେ ଗ୍ରାହକ ଓ ଦେହ ବେପାରରେ ନିୟୋଜିତ ଯୁବତୀମାନେ ଚମ୍ପଟ ମାରିଛନ୍ତି ।
ବଲାଙ୍ଗୀର ପାଟଣାଗଡ଼ ଥାନା ଅଞ୍ଚଳରେ ରହିଛି ଏକ କଲେଜ । ସେହି ଶିକ୍ଷାର ମନ୍ଦିରରେ ଦିନ ବେଳା ବିଦ୍ୟାଦାତ୍ରୀଙ୍କୁ ଆରାଧନା କରୁଛନ୍ତି ଛାତ୍ରଛାତ୍ରୀ । ହେଲେ ରାତିରେ ସେଠାରେ କାମସୂତ୍ରର ପାଠ ପଢ଼ାଉଛନ୍ତି ରାତ୍ର ଜଗୁଆଳୀ । ସଞ୍ଜ ନଇଁଲେ ସ୍କୁଲରେ ଜମୁଥିଲା ଭିଡ଼ । ରାତି ଯେତେ ବଢ଼ୁଥିଲା, ସ୍କୁଲର ପରିବେଶ ସେତେ ଉଷ୍ମ ହେଉଥିଲା । ଅର୍ଥ ବିନିମୟରେ ଗ୍ରାହକଙ୍କୁ ସନ୍ତୁଷ୍ଟ କରୁଥିଲେ ସୁନ୍ଦର ସୁନ୍ଦର ଯୁବତୀ । ରାତି ସାରା ଏମିତି ଚାଲୁଥିବା ଅଭିଯୋଗ ହେଉଛି । ରାତ୍ର ଜଗୁଆଳୀଙ୍କ ଉପସ୍ଥିତିରେ ଏ ସବୁ କାରବାର ହେଉଥିବା ଅଭିଯୋଗ ହୋଇଛି ।