Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସାମନାକୁ ଆସିଲା ଲ୍ୟାଣ୍ଡ ଜିହାଦର ସଙ୍ଗୀନ ଚିତ୍ର

Manini Pattanayak
Browse all articles by Manini Pattanayak
·1 year ago·2 min read
ସାମନାକୁ ଆସିଲା ଲ୍ୟାଣ୍ଡ ଜିହାଦର ସଙ୍ଗୀନ ଚିତ୍ର

 ଭୁବନେଶ୍ୱର:  ସାମ୍ନାକୁ ଆସିଲା ମାଲକାନଗିରି ଲ୍ୟାଣ୍ଡ ଜିହାଦ ପଛର ଚେହେରା । ଲ୍ୟାଣ୍ଡ ଜିହାଦ ସହ ବିଜେଡି ଲିଙ୍କର ସଙ୍ଗୀନ ଅଭିଯୋଗ ଆସିଛି । ମୋଟୁରେ ପ୍ରାୟ ଶହେ ଏକର ଜଙ୍ଗଲ ଜମି ଜବରଦଖଲ କରିଥିବା ମାସୁମ ଖାନ୍‌ଙ୍କର ବିଜେଡି ବଡ ନେତାଙ୍କ ସହ ଫଟୋ ଆସିଛି ସାମନାକୁ ।  ବିଜେଡିର ରାଜନୈତିକ କାର୍ଯ୍ୟକ୍ରମରେ ପ୍ରଦୀପ ମାଝୀଙ୍କ ସହ ମାସୁମ ରହୁଥିଲେ ଆଗରେ । ପ୍ରଶ୍ନ, ବେଆଇନ୍ ନିର୍ମାଣରେ କେବେ ଚାଲିବ ବୁଲଡୋଜର ।

ସାମ୍ନାକୁ ଆସିଲା ମାଲକାନଗିରି ଲ୍ୟାଣ୍ଡ ଜିହାଦ ପଛର ଚେହେରା। ଲ୍ୟାଣ୍ଡ ଜିହାଦ ସହ ବିଜେଡି ଲିଙ୍କର ସଂଙ୍ଗୀନ ଅଭିଯୋଗ.. ମୋଟୁରେ  ପ୍ରାୟ ଶହେ ଏକର ଜଙ୍ଗଲ ଜମି ଜବର ଦଖଲ କରିଥିବା ମାସୁମ ଖାନଙ୍କ  ବିଜେଡି ବଡ ନେତାଙ୍କ ସହ ଫଟୋ ଆସିଛି ସାମନାକୁ।  ବିଜେଡିର ରାଜନୈତିକ କାର୍ଯ୍ୟକ୍ରମରେ  ପ୍ରଦୀପ ମାଝୀଙ୍କ ସହ ମାସୁମ ରହୁଥିଲେ ଆଗରେ.. ଏ ଫଟୋ ସାମନାକୁ ଆସିବା ପରେ ଅଭିଯୋଗ, ପ୍ରଦୀପ ଛତ୍ରଛାୟାରେ ମାସୁମ ବିସ୍ତାର କରିଥିଲେ ବେଆଇନ ଇସଲାମ ନଗର।  ପୁରା ଘଟଣାର ତଦନ୍ତ ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛି ମାଲାକାନାଗିରି ବିଜେପି ।

ମାଲକାନଗିରି ମୋଟୁରେ 326 ନମ୍ବର ଜାତୀୟ ରାଜପଥରୁ ମାତ୍ର ଦୁଇ ତିନି କିଲୋମିଟର ଦୂରରେ  ଜଙ୍ଗଲ ଜମି  ହୋଇଛି ଜବର ଦଖଲ। ଦେଖନ୍ତୁ ଇସଲାମ ନଗର ଭିତର ଦୃଶ୍ୟ॥ ନରେଗା  ଯୋଜନାରେ ହୋଇଛି ରାସ୍ତା। , ମତ୍ସ୍ୟ ବିଭାଗ ସହାୟତାରେ ମାଛ ଚାଷ ପାଇଁ ପୋଖରୀ ଖୋଳା ଯାଇଛି। ଭିତରେ  ବଡ଼ ବଡ଼ ଅଟ୍ଟାଳିକା ନିର୍ମାଣ ହୋଇଛି॥    ଗୋଦାମ ଘର ବି ଅଛି.. ବିଜୁଳି ଯାଇଛି.. ଉଠା ଜଳ ସେଚନ ପ୍ରକଳ୍ପ ବି ହୋଇଛି ଏକାଧିକ ଟ୍ରାକ୍ଟର, ଜେସିବି ମେସିନ ରହିଛି। ସମସ୍ତଙ୍କ ପାଖରେ ଖବର ଅଛି କିନ୍ତୁ ସମସ୍ତେ ସବୁ ଜାଣି ଚୁପ। ପ୍ରଶ୍ନ କାହିଁକି ଚୁପ ପ୍ରଶାସନ। କାହିଁକି ଚୁପ ବନ ବିଭାଗ.॥ ଅର୍ଗସ ନ୍ୟୁଜରେ ଖବର ପରିବେଷଣ ପରେ ବନବିଭାଗ କହିଛି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 ହାଇଦ୍ରାବାଦରୁ ଅନେକ ସମୟରେ ଲୋକ ଆସି ଇସଲାମ ନଗରରେ କ୍ୟାମ୍ପ କରୁଛନ୍ତି। ଏହା ଭିତରେ ନିର୍ମାଣ ହୋଇଥିବା ଅଟ୍ଟାଳିକାରେ କଣ ଅଛି। ଜଙ୍ଗଲ ଜମି ଜବର ଦଖଲରେ କେବଳ ମାସୁମ ଖାନ ଅଛନ୍ତି ନା ଆଉ କିଏ। ମାସୁମକୁ କି ପ୍ରକାର ସହଯୋଗ ଦେଇଛନ୍ତି ପ୍ରଦୀପ ମାଝୀ।  କାହିଁକି ମୁହଁ ଖୋଲୁନାହାଁନ୍ତି ପ୍ରଦୀପ। ପ୍ରଶାସନର ନାକ ତଳେ କିପରି ବେଆଇନ ସାମ୍ରାଜ୍ୟ ଗଢି ଉଠିଲା। କେବେ ଏ ଇସଲାନ ନଗରରେ ବୁଲିବ  ବୁଲଡୋଜର? 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Sponsored
Allegedly, Masum has a close relationship with BJD leader Pradeep Majhi | Argus News