ପାଣ୍ଡିଆନଙ୍କ ଦ୍ବାରା ପଣବନ୍ଦୀ ମୁଖ୍ୟମନ୍ତ୍ରୀ !

ଭୁବନେଶ୍ୱର: ପାଣ୍ଡିଆନଙ୍କ ଦ୍ବାରା ପଣବନ୍ଦୀ ମୁଖ୍ୟମନ୍ତ୍ରୀ । ଅସୁସ୍ଥ ନବୀନଙ୍କୁ ସଖି କଣ୍ଢେଇ ଭଳି ପାଣ୍ଡିଆନ ନିୟନ୍ତ୍ରଣ କରୁଥିବା ଅଭିଯୋଗ । ମୁଖ୍ୟମନ୍ତ୍ରୀଙ୍କୁ ବନ୍ଧନ ମୁକ୍ତ କରିବାକୁ ଦାବି କରି ରାଜରାସ୍ତାରେ ବିଜେପିର ବିକ୍ଷୋଭ । ସାମ୍ନାକୁ ଆସି ମୁଖ୍ୟମନ୍ତ୍ରୀ କହିଲେ, ମୁଁ ସୁସ୍ଥ ଅଛି । ଆସାମ ମୁଖ୍ୟମନ୍ତ୍ରୀ କହିଥିଲେ, ନବୀନଙ୍କୁ ପାଣ୍ଡିଆନ କରି ରଖିଛନ୍ତି କ୍ୟାପଚର । ପାଣ୍ଡିଆନଙ୍କ ଖାପ୍ଚାରୁ କାଢ଼ି ହାଇକୋର୍ଟ ଜଜଙ୍କ ସହ କଥା ହେବାର ବ୍ୟବସ୍ଥା କରିବାକୁ ଦେଇଥିଲେ ପରାମର୍ଶ ।
ପାଣ୍ଡିଆନଙ୍କ ଖାପ୍ଚାରୁ କାଢ଼ି ଜଣେ ହାଇକୋର୍ଟ ଜଜଙ୍କ ସହ କଥା ହେବାର ବ୍ୟବସ୍ଥା କରିବାକୁ ଦେଇଥିଲେ ପରାମର୍ଶ। ରାଜ୍ୟର ବିଭିନ୍ନ ସ୍ଥାନର ବିଜେଡି ନିର୍ବାଚନୀ ସଭାରୁ ଆସିଥିବା ଏ ଚିତ୍ରକୁ ନେଇ ଜୋରଦାର ଚର୍ଚ୍ଚା। ମୁଖ୍ୟମନ୍ତ୍ରୀ ଭାଷଣ ଦେବା ବେଳେ ତାଙ୍କ ପାଖରେ ଛିଡ଼ା ହୋଇ ରହୁଛନ୍ତି ପାଣ୍ଡିଆନ। ନିଜ ମନରୁ କିଛି କହିପାରୁନାହାନ୍ତି ନବୀନ । ପାଣ୍ଡିଆନ ଯାହା ପ୍ରମ୍ପଟିଂ କରୁଛନ୍ତି ତାହା କହୁଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରମ୍ପଟିଂକୁ ବି ବୁଝିପାରୁନାହାନ୍ତି, ଠିକ୍ କରି କହିବାରେ ତାଙ୍କୁ ହେଉଛି ସମସ୍ୟା।
ବିଜେପି କହିଛି ନବୀନ ଅସହାୟ। ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ପଣବନ୍ଦୀ କରି ରଖିଛନ୍ତି ପ୍ରଶାସକରୁ ବିଜେଡି ନେତା ପାଲଟିଥିବା ଭୈରବ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତ କରିବାର ଦାୟିତ୍ବ ନିଅନ୍ତୁ ପୋଲିସ ଡିଜି ଓ ମୁଖ୍ୟ ଶାସନ ସଚିବ। ଏମିତି ଦାବି କରି ଆଜି ଭୁବନେଶ୍ବରରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି। ଦିନକ ତଳେ ଏହି ପ୍ରସଙ୍ଗରେ ସାଂଘାତିକ କଥା କହିଥିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ୍ରୀ ବିଶ୍ବଶର୍ମା।
ନବୀନ ବାବୁଙ୍କୁ କ୍ୟାପଚର କରି ରଖିଛନ୍ତି ପାଣ୍ଡିଆନ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏକୁଟିଆ କାହା ସହ ମିଶି ପାରୁନାହାନ୍ତି । ଲୋକଙ୍କ ସହ କଥା ହୋଇପାରୁନାହାନ୍ତି । ଜଣେ ହାଇକୋର୍ଟ ବିଚାରପତିଙ୍କ ସହ ନବୀନ ବାବୁ କଥା ବାର୍ତ୍ତା ହେବାର ବ୍ୟବସ୍ଥା କରାଯାଉ। ବୁଝାପଡ଼ିଯିବ ନବୀନ ବାବୁଙ୍କ ମନରେ କଣ ଅଛି । ବିଜେପିର ଏ ସବୁ ଦାବି ଭିତରେ ଆଜି ଏକ ନ୍ୟୁଜ୍ ଏଜେନ୍ସିକୁ ନବୀନ କହିଛନ୍ତି ମୁଁ ସୁସ୍ଥ ଅଛି । କିନ୍ତୁ ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ବୟସ ସହ ଏମିତି ସ୍ବାସ୍ଥ୍ୟ ସମସ୍ୟା ଆସିବା ସ୍ବାଭାବିକ।
📱 Get Argus News App
✨ଅଧିକ ପଢନ୍ତୁ ଓଡ଼ିଶା ଖବର