Videos
|
Odisha

ପ୍ରେମିକାକୁ ବିଷ ଦେଇ ମାରିଦେଇଥିବା ଅଭିଯୋଗ

Ritu Das
Browse all articles by Ritu Das
·2 years ago·1 min read
ପ୍ରେମିକାକୁ ବିଷ ଦେଇ ମାରିଦେଇଥିବା ଅଭିଯୋଗ

ଅର୍ଗସ ବ୍ୟୁରୋ: ନାବାଳିକା ପ୍ରେମିକାକୁ ବିଷ ପିଆଇ ପ୍ରେମିକ ହତ୍ୟା କରିବା ଭଳି ଏକ ସଙ୍ଗୀନ ଅଭିଯୋଗ ହୋଇଛି । ବଲାଙ୍ଗୀର ଜିଲ୍ଲା ଆଗଲପୁର ଥାନା ଅଞ୍ଚଳରେ ଏଭଳି ଅଭିଯୋଗ ହୋଇଛି। ମୃତ ନାବାଳିକା ହେଲେ ମମତା ବିଶ୍ୱାଳ । ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ଝିଅକୁ ଇଂସା ଗାଁର ଜଣେ ଯୁବକ ବଳପୂର୍ବକ ବିଷ ପିଆଇ ହତ୍ୟା କରିଛି। 

ଘରେ ଝିଅ ଏକୁଟିଆ ଥିବା ସମୟରେ ସଂପୃକ୍ତ ଯୁବକ ଆସି ପ୍ରେମିକାକୁ ଜୋର ଜବରଦସ୍ତ ବିଷ ପିଆଉ ଥିବା ମମତାଙ୍କ ମା' ଦେଖି ଉକ୍ତ ଯୁବକଙ୍କ ମାଡ଼ ମାରି ଝିଅକୁ ଉଦ୍ଧାର କରିଥିଲେ। ମମତାଙ୍କୁ  ଗୁରୁତର ଅବସ୍ଥାରେ ଉଦ୍ଧାର କରି ଲୋଇସିଂହା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ ।
କିନ୍ତୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡ଼ିକାଲକୁ ଅଣା ଯାଇଥିଲା ହେଲେ ସେହିଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏକ ତରଫା ପ୍ରେମରୁ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ଅନ୍ୟପଟରେ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ କରି ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତ ପ୍ରେମିକ କିନ୍ତୁ ଫେରାର ମାରିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Allegedly | Argus News