ଅଟୋ ଚାଳକ ଓ ବ୍ୟାଙ୍କ କର୍ମଚାରୀ ଷଡଯନ୍ତ୍ର କରି ବୃଦ୍ଧାଙ୍କ ଟଙ୍କାକୁ ହଡ଼ପ କରିଥିବା ଅଭିଯୋଗ

ଅର୍ଗସ ବ୍ୟୁରୋ: ବିଶ୍ଵାସରେ ବିଷ ଦେଇ ବୃଦ୍ଧାଙ୍କଠୁ ଠକି ନେଲେ ଲକ୍ଷ ଲକ୍ଷ ଟଙ୍କା । ଅଟୋ ଚାଳକ ଓ ବ୍ୟାଙ୍କ କର୍ମଚାରୀଙ୍କ ଷଡଯନ୍ତ୍ର କରି ବୃଦ୍ଧାଙ୍କ ଟଙ୍କାକୁ ହଡ଼ପ କରିଥିବା ଅଭିଯୋଗ । ଏ ନେଇ ଗତ 4 ମାସ ତଳେ ଥାନାରେ ଅଭିଯୋଗ ହୋଇଥିଲେ ବି ପୋଲିସ୍ ଓ ବ୍ୟାଙ୍କ କର୍ତ୍ତୃପକ୍ଷ ଚୁପ୍ । ଯାଜପୁର ବିଂଝାରପୁରସ୍ଥିତ ସେଣ୍ଟ୍ରାଲ ବ୍ୟାଙ୍କରେ ଏଭଳି ଠକେଇ ହୋଇଛି । ଚନ୍ଦ୍ରମୁଁ ପଂଚାୟତ ଜଗନ୍ନାଥପୁର ଗାଁର ବୃଦ୍ଧା ଭଗବତୀ ଦିବ୍ୟା ବ୍ୟାଙ୍କ କାର୍ଯ୍ୟ ପାଇଁ ଆଶିଷ ନାୟକ ନାମକ ଯୁବକଙ୍କ ଅଟୋରେ ସଦାବେଳେ ଯାଆସ କରନ୍ତି । ବୃଦ୍ଧା ମହିଳା ଜଣକ ଉକ୍ତ ଅଟୋ ଚାଳକଙ୍କ ଉପରେ ବହୁତ ବିଶ୍ବାସ କରନ୍ତି ।
ହେଲେ ଏହାର ଫାଇଦା ଉଠାଇ ଅଟୋ ଚାଳକ ଚେକ ମାଧ୍ୟମରେ ବୃଦ୍ଧାଙ୍କ ବ୍ୟାଙ୍କ ଆକାଉଣ୍ଟରୁ 4 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକି ନେଇଛନ୍ତି । ଏହି ଠକେଇରେ ବ୍ୟାଙ୍କ କର୍ତ୍ତୃପକ୍ଷ ସାମିଲ ଥିବା ଅଭିଯୋଗ କରିଛନ୍ତି ବୃଦ୍ଧା ।
ଅଧିକ ପଢ଼ନ୍ତୁ ଓଡିଶା ଖବର: