ରତ୍ନଭଣ୍ଡାରର ଅସଲି ଚାବି ଚୋରି ହୋଇଥିବା ସଙ୍ଗୀନ ଅଭିଯୋଗ

ଅର୍ଗସ ବ୍ୟୁରୋ: କୁଆଡେ ଗଲା ରତ୍ନ ଭଣ୍ଡାରର ଅସଲ ଚାବି ? ରତ୍ନଭଣ୍ଡାରର ଅସଲି ଚାବି ଚୋରି ହୋଇଥିବା ସଙ୍ଗୀନ ଅଭିଯୋଗ । ଏହା ପଛର ମାଷ୍ଟର ମାଇଣ୍ଡକୁ ଧରିବା ଦରକାର ବୋଲି କହିଛନ୍ତି ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର। ଚାବି ହଜିବା, ଡୁପ୍ଲିକେଟ ଚାବି ମିଳିବା, ପୁଣି ଚାବିରେ ତାଲା ନ ଖୋଲିବାର ମିଳିଲା ସତ ପ୍ରମାଣ । ପୂର୍ବ ସରକାର କାହିଁକି ସାର୍ବଜନୀନ କରି ନଥିଲେ ରତ୍ନଭଣ୍ଡାର ରିପୋର୍ଟ। ଆଭାସ ମିଳୁଛି, ଧରା ପଡିବା ଭୟରେ କମିଶନଙ୍କ ରିପୋର୍ଟ ସାର୍ବଜନୀନ କରାଯାଉ ନ ଥିଲା ।
ସମସ୍ତ କମିଶନଙ୍କ ରିପୋର୍ଟକୁ ଚାପି ରଖାଯାଇଥିଲା । ପୂର୍ବ କମିଶନଙ୍କ ରିପୋର୍ଟକୁ ସାର୍ବଜନୀନ କରାଯାଇ ନଥିଲା । ସେପଟେ ରତ୍ନଭଣ୍ଡାରର ଡୁପ୍ଲିକେଟ ଚାବି ସତ ଡୁପ୍ଲିକେଟ ନୁହେଁ। ଏହାର ତଦନ୍ତ ହେବା ଦରକାର ବୋଲି କହିଛନ୍ତି ଆଇନମନ୍ତ୍ରୀ । ରତ୍ନଭଣ୍ଡାର ପ୍ରସଙ୍ଗରେ ବିଭିନ୍ନ ରିପୋର୍ଟକୁ ସାର୍ବଜନୀନ କରିବାକୁ ଘୋଷଣା କରିଥିଲା ବିଜେପି । ରିପୋର୍ଟ ସାର୍ବଜନୀନ ପରେ ଫିଟିବ ଗୁମର` 46ବର୍ଷର ଅପେକ୍ଷା ପରେ ଭିତର ରତ୍ନ ଭଣ୍ଡାର ଖୋଲିଲା । କିନ୍ତୁ ତାଲା ଭଙ୍ଗା ହୋଇ ଖୋଲିଲା ଭିତର ରତ୍ନ ଭଣ୍ଡାର । ଯେଉଁ ଡୁପ୍ଲିକେଟ ଚାବି ନେଇ ଭିତର ରତ୍ନ ଭଣ୍ଡାର ଖୋଲିବାକୁ ଯାଇଥିଲେ କମିଟି ସଦସ୍ୟ, ସେହି ଡୁପ୍ଲିକେଟ ଚାବିରେ ଖୋଲି ନ ଥିଲା ତାଲା।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର