ଆହୁରି ୧୫ହଜାର ଜନଔଷଧି କେନ୍ଦ୍ର ଖୋାଲିବ, ଉପକୃତ ହେବେ ସାଧାରଣ ଜନତା
·2 years ago·1 min read

ମୟୂରଭଞ୍ଜ :ଦେଶରେ ଖୋଲିବ ଆହୁରି ୧୫ହଜାର ଜନଔଷଧି କେନ୍ଦ୍ର । ଉପକୃତ ହେବେ ସାଧାରଣ ଜନତା । ଆଜି ଝାଡ଼ଖଣ୍ଡର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ଦେଓଘର, ପରିସରରେ ୧୦ ହଜାରତମ ଜନ ଔଷଧି କେନ୍ଦ୍ରର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଏହି ଅବସରରେ ଭାରତୀୟ ଜନ ଔଷଧି ପରିଯୋଜନା ଅଧୀନରେ ସାରା ଦେଶରେ ଜନ ଔଷଧି କେନ୍ଦ୍ରଗୁଡ଼ିକର ସଂଖ୍ୟାକୁ ୧୦ ହଜାରରୁ ୨୫ ହଜାର ପର୍ଯ୍ୟନ୍ତ ବୃଦ୍ଧି କରିବା ପ୍ରକଳ୍ପର ଶୁଭାରମ୍ଭ ମଧ୍ୟ କରିଛନ୍ତି । ଏହା ଫଳରେ ଲୋକମାନେ ଜୀବନ ରକ୍ଷାକାରୀ ଔଷଧ ଏହି କେନ୍ଦ୍ର ଗୁଡିକରୁ ୮୦ ରୁ ୯୦ପ୍ରତିଶତ କମ ମୁଲ୍ୟରେ ପାଇ ପାରିବେ । ଏହାଦ୍ବାରା ପ୍ରଧାନମନ୍ତ୍ରୀ ଦେଶରେ ଔଷଧ ବଜାରରେ ଏକ କ୍ରାନ୍ତିକାରୀ ଆଣି ପାରିଛନ୍ତି ବୋଲି ପ୍ରତିକ୍ରିୟା ଆସିଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ର ପାତ୍ର ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: