କଳିଙ୍ଗ ଷ୍ଟାଡିୟମରୁ ବିଜେଡି ମାନିଫେଷ୍ଟୋ ପାଇଁ ମତାମତ ମାଗିଲେ ପାଣ୍ଡିଆନ୍

ଭୁବନେଶ୍ୱର: ସରକାରୀ ଷ୍ଟାଡିୟମରୁ ବିଜେଡିର ଘୋଷଣା । ପୁଣି ବିବାଦରେ ବିଜେଡି ନେତା ଭୈରବ କାର୍ତ୍ତିକେୟନ୍ ପାଣ୍ଡିଆନ୍ । କଳିଙ୍ଗ ଷ୍ଟାଡିୟମରୁ ବିଜେଡି ମାନିଫେଷ୍ଟୋ ପାଇଁ ମତାମତ ମାଗିଲେ ପାଣ୍ଡିଆନ୍ । ବିଜେପିର ଅଭିଯୋଗ, ଆଦର୍ଶ ଆଚରଣ ବିଧିର ହେଉଛି ଖୋଲା ଉଲ୍ଲଘଂନ । କୁଆଡେ ଗଲା ବିଜେଡିର 2014, 2019 ପ୍ରତିଶ୍ରୁତି ? । ଆବାସ, ଶୀତଳଭଣ୍ଡାର, ପାଣି, ଚାଷୀଙ୍କୁ ବୋନସ୍ ଧୋକ୍କା । ସୋସିଆଲ୍ ମିଡିଆରେ ପୋଷ୍ଟ ହୋଇଥିବା ବିଜେଡି ନେତା ତଥା 5ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ଏଇ ଭିଡିଓକୁ ନେଇ ବିବାଦ ବଢିବାରେ ଲାଗିଛି। ବିଜେଡିର ମାନିଫେଷ୍ଟୋ ପାଇଁ ମତାମତ ଲୋଡିଛନ୍ତି ବିଜେଡି ନେତା ଭି.କେ ପାଣ୍ଡିଆନ୍।
ଯାହାକୁ ନେଇ ଉଠିଛି ପ୍ରଶ୍ନ, ଆଦର୍ଶ ଆଚରଣବିଧୀ ଲାଗୁ ହୋଇଥିବା ବେଳେ କିଏ ଦେଲା ଭି.କେ ପାଣ୍ଡିଆନଙ୍କୁ ଅନୁମତି, ସରକାରୀ ଷ୍ଟାଡିୟମରୁ କିଭଳି ପାଣ୍ଡିଆନ୍ କଲେ ଦଳୀୟ ଘୋଷଣା। ବିଜେପି ଅଭିଯୋଗ କରିଛି ଆଦର୍ଶ ଆଚରଣବିଧୀର ଇଏ ଖୋଲା ଉଲ୍ଲଘଂନ । ପୂର୍ବରୁ ବି ପାଣ୍ଡିଆନଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧୀ ଉଲ୍ଲଘଂନର ଆସିଥିଲା ଅଭିଯୋଗ । ଯାଜପୁର ବସ ଦୁର୍ଘଟଣା ରେ ଆହତ ବ୍ୟକ୍ତିଙ୍କୁ ଭେଟିବାକୁ ଏସ ସି ବି ମେଡିକାଲ ଯାଇଥିବା ବେଳେ ପାଣ୍ଡିଆନଙ୍କ ପଛେ ପଛେ ଥିଲେ ପରିବହନ କମିଶନର ଅମିତାଭ ଠାକୁର , ଯାଜପୁର ଏସପି ଭିନିତ ଅଗ୍ରଓ୍ବାଲଯାହାକୁ ନେଇ CEOଙ୍କ ପାଖରେ ଫେରାଦ ହୋଇଥି୍ଲା ବିଜେପି ।
ସେପଟେ ବିଜେଡିର ପ୍ରତିଶ୍ରୁତି କେବଳ ପ୍ରତାରଣା ବୋଲି ଅଭିଯୋଗ।
ପ୍ରତାରଣା-ନମ୍ବର-1
ଶୀତଳଭଣ୍ଡାର
ନଜର ପକାନ୍ତୁ ବିଜେଡିର 2014, 2019ର ମାନିଫେଷ୍ଟୋ ଉପରେ। 314 ବ୍ଲକରେ ଶୀତଳ ଭଣ୍ଡାର ଓ ସବୁ ପଂଚାୟତରେ ୱେୟାରହାଉସର ପ୍ରତିଶ୍ରୁତି ଦେଇଥିଲା ବିଜେଡି। ହେଲେ ଏବେ କାମ କରୁଛି ମାତ୍ର 36 ଶୀତଳ ଭଣ୍ଡାର।
ପ୍ରତାରଣା-ନମ୍ବର-2
ମୁଣ୍ଡ ଉପରେ ପକ୍କା ଘର
ସମସ୍ତଙ୍କ ମୁଣ୍ଡ ଉପରେ ପକ୍କା ଘର ର ପ୍ରତିଶ୍ରୁତି ବି ଇସ୍ତାହାରରେ ଦେଇଥିଲା ବିଜେଡି। ହେଲେ ପାଳନ କଲାନାହିଁ, କେବଳ ଧୂଆଁବାଣ। (ଛୋଟ ବାଇଟ୍)
ପ୍ରତାରଣା-ନମ୍ବର-3
ଚାଷୀଙ୍କୁ ବୋନସ୍
2015 ସୋହେଲା ସମାବେଶରେ ନିଜେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଚାଷୀଙ୍କୁ କ୍ବିଣ୍ଟାଲ ପିଛା 100 ଟଙ୍କାର ବୋନସ୍ ଦିଆଯିବ। ହେଲେ 9 ବର୍ଷ ପରେ ବି ଚାଷୀ ପାଇଲେନି ବୋସନ୍ ଟଙ୍କା।
ପ୍ରତାରଣା-ନମ୍ବର-4
ବିଶୁଦ୍ଧ ପାୀୟ ଜଳ
ଓଡ଼ିଶାବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳର ପ୍ରତିଶ୍ରୁତି ଦେଇଥିଲା ବିଜେଡି ସରକାର। ଏବେ ବି ରାଜ୍ୟର ପ୍ରାୟ 24 ଲକ୍ଷ ପରିବାର ବିଶୁଦ୍ଧା ପାନୀୟ ଜଳ ପାଇବାରୁ ବଂଚିତ ହୋଇଛନ୍ତି।
ପ୍ରତାରଣା-ନମ୍ବର-5
ଶିଶ୍ପ ଓ ଶିଳ୍ପାୟନ
2014ରେ ପ୍ରତି ଜିଲ୍ଲାରେ ଶିଳ୍ପର ବିକାଶର ପ୍ରତିଶ୍ରୁତି ଦେଇଥିଲା ବିଜେଡି। ହେଲେ ଶିଳ୍ପ ମାଧ୍ୟମରେ ନିଯୁକ୍ତି ସୁଯୋଗରେ ବିଫଳ ସରକାର। ମେକ୍ ଇନ୍ ଓଡ଼ିଶାରେ 787 ଶିଳ୍ପ ସଂସ୍ଥା ସହ ଚୁକ୍ତି। ବର୍ତ୍ତମାନ ସୁଦ୍ଧା ମାତ୍ର 227 ପ୍ରକଳ୍ପର କାମ ଆରମ୍ଭ ହୋଇଛି। ଲୋକଙ୍କ ସରକାର ବୋଲି ପ୍ରଚାର ଜୋରଦାର, ହେଲେ ବାସ୍ତବାତ ଭିନ୍ନ। ଏଭଳି ସମୟରେ କଳିଙ୍ଗ ଷ୍ଟାଡିୟମରୁ ମାନିଫେଷ୍ଟୋ ପାଇଁ ପାଣ୍ଡିଆନଙ୍କ ମତାମତ ମାଗିବା ଭିଡିଓକୁ ନେଇ ବିବାଦ ବଢିବାରେ ଲାଗିଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର