Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଏଣିକି ମାସିକ ଧର୍ମ ପାଇଁ ମିଳିବ ଗୋଟିଏ ଦିନର ଛୁଟି

Manini Pattanayak
Browse all articles by Manini Pattanayak
·1 year ago·1 min read
ଏଣିକି ମାସିକ ଧର୍ମ ପାଇଁ ମିଳିବ ଗୋଟିଏ ଦିନର ଛୁଟି

ଭୁବନେଶ୍ୱର:  ସ୍ବାଧୀନତା ଦିବସରେ କର୍ମଜୀବୀ ମହିଳାଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତି । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡାଙ୍କ ଘୋଷଣା, ଏଣିକି ମାସିକ ଧର୍ମ ପାଇଁ ମିଳିବ ମହିଳାଙ୍କୁ ଗୋଟିଏ ଦିନର ଛୁଟି । ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରରେ ଲାଗୁ ହେବ ନିଷତ୍ତି । ଘୋଷଣାକୁ ରାଜ୍ୟବ୍ୟାପୀ ସ୍ବାଗତ କଲେ ମହିଳା ।  ସ୍ବୀଧୀନତା ଦିବସରେ କର୍ମଜୀବୀ ମହିଳାଙ୍କୁ ପାଇଁ ରାଜ୍ୟ ସରକାର କରିଛନ୍ତି ବଡ଼ ଘୋଷଣା। ଏଣିକି ମାସିକ ଧର୍ମ ବା ଋତୁସ୍ରାବ ସମୟରେ ମହିଳାଙ୍କୁ ମିଳିବ ଗୋଟିଏ ଦିନର ଛୁଟି। ଏହି ସମୟରେ ମହିଳାମାନେ ସହୁଥିବା ପୀଡ଼ାକୁ ଦୃଷ୍ଟିରେ ରଖି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କରିଛନ୍ତି ଏହି ଘୋଷଣା। ଏହି ନିଷ୍ପତ୍ତି ବଳରେ ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରରେ କାମକରୁଥିବା ମହିଳାଙ୍କୁ ମିଳିବ ଏହି ଛୁଟିର ସୁବିଧା। ଋତୁସ୍ରାବ ଆରମ୍ଭ ହେବ ଦିନ କିମ୍ବା ତା ପରଦିନ ଏହି ଛୁଟି ନେଇପାରିବେ ମହିଳା କର୍ମଚାରୀ। କଟକରେ ସ୍ବାଧୀନତା ଦିବସ ସମାରୋହରେ ଯୋଗଦେଇ ମହିଳାଙ୍କ ପାଇଁ ଏହି ଆଶ୍ବସ୍ତିକର ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା। 

 ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ରାଜ୍ୟସାରା କର୍ମଜୀବୀ ମହିଳାମାନେ କରିଛନ୍ତି ସ୍ବାଗତ। ସେମନଙ୍କୁ କଷ୍ଟକୁ ହୃଦୟଙ୍ଗମ କରିଥିବାରୁ ସରକାରଙ୍କୁ ଜଣାଇଛନ୍ତି ଧନ୍ୟବାଦ୍।   କେବଳ କର୍ମଜୀବୀ ମହିଳା ନୁହନ୍ତି ସମାଜର ସବୁ ବର୍ଗର ମହିଳା ଏହି ନିଷ୍ପତିରେ ଖୁସି। ତେବେ ଘରୋଇ କ୍ଷେତ୍ରରେ ବିଶେଷକରି ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ମହିଳା ଯେପରି ଏହି ସୁବିଧା ପାଇବେ ତାଉପରେ ଗୁରୁତ୍ବଦେବାକୁ କହିଛନ୍ତି ମହିଳା ସ୍ବେଚ୍ଛାସେବୀ  ସୁଭଦ୍ରା ଯୋଜନା ପରେ ମହିଳାମାନଙ୍କ ପାଇଁ ଏହି ମାସିକ ଧର୍ମ ଛୁଟି ଘୋଷଣା କରି ମୋହନ ସରକାର ପ୍ରମାଣିତ କରିଛନ୍ତି କେବଳ ପ୍ରଚାରରେ ମାଆକୁ ସମ୍ମାନ ନୁହେଁ କାମରେ ବି ସେ କରି ଦେଖାଇପାରନ୍ତି।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
State government's big decision for working women on Independence Day. | Argus News