Videos
|
Odisha

ପୁଣି କଟକ ଏସସିବି ମେଡିକାଲରୁ ଦଲାଲ ଗିରଫ

Manini Pattanayak
Browse all articles by Manini Pattanayak
·2 years ago
ପୁଣି କଟକ ଏସସିବି ମେଡିକାଲରୁ ଦଲାଲ ଗିରଫ

କଟକ: ପୁଣି କଟକ ଏସସିବି ମେଡିକାଲରୁ ଦଲାଲ ଗିରଫ। ଦୁଇ ଜଣ ଦଲାଲକୁ ଗିରଫ କଲା ମଙ୍ଗଳାବାଗ ଥାନା ପୋଲିସ। ଗିରଫ ଦୁଇ ଜଣ ଦଲାଲ ହେଲେ ଗଞ୍ଜାମ ଜିଲ୍ଲାର ଭରତ କୁମାର ଦାସ ଓ ଯାଜପୁର ଜିଲ୍ଲାର ବିପିନ ମୁଣ୍ଡ। ଉଭୟ ଏସସିବି ମେଡ଼ିକାଲର ବିଭିନ୍ନ ବିଭାଗ ରୋଗୀଙ୍କୁ ଘରୋଇ ହସ୍ପିଟାଲ ପଠେଇବା ପାଇଁ ଯୋଜନା କରୁଥିଲେ।

ଭଲ ସେବା ଆଉ ଭଲ ଚିକିତ୍ସା ସେବା ଯୋଗାଇବା ଲୋଭ ଦେଖାଇ ଉପାନ୍ତ ଓ ଅନ୍ୟ ଜିଲ୍ଲାରୁ ଆସୁଥିବା ରୋଗୀଙ୍କୁ ନିଜ ଜାଲରେ ଫସାଉଥିଲେ ଏହି ଦଲାଲ ଦ୍ବୟ। ସାଦା ପୋଷାକରେ ପୋଲିସ ଟିମ୍ ଯାଇ ଏହି ଦଲାଲଙ୍କୁ ଗିରଫ କରିଛି ବୋଲି କଟକ ଡିସିପିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Also the broker was arrested from Cuttack SCB Medical Centre | Argus News