Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - 'ଆମ ବସ୍' ପାଲଟିଛି କି 'ଯମ ବସ୍' ? ବର୍ଷକରେ ଗଲାଣି ୭ ମୁଣ୍ଡ...

Odisha

Ama Bus Accident / 'ଆମ ବସ୍' ପାଲଟିଛି କି 'ଯମ ବସ୍' ? ବର୍ଷକରେ ଗଲାଣି ୭ ମୁଣ୍ଡ...

Santosh Kumar Sahoo
Browse all articles by Santosh Kumar Sahoo
·2 months ago·2 min read
'ଆମ ବସ୍' ପାଲଟିଛି କି 'ଯମ ବସ୍' ? ବର୍ଷକରେ ଗଲାଣି ୭ ମୁଣ୍ଡ...
Ama Bus

Key Points

'ଆମ ବସ୍' ପାଲଟିଛି କି 'ଯମ ବସ୍' ?
ବର୍ଷକରେ ଗଲାଣି ୭ ମୁଣ୍ଡ
ସର୍ବାଧିକ ଭୁବନେଶ୍ୱରରେ ୬ ଜଣଙ୍କ ମୃତ୍ୟୁ
ରାଜଧାନୀରେ 'ଆମ ବସ୍'ର ଆତଙ୍କ ଥମିବାର ନାଁ ନେଉନି । ବର୍ଷକ ଭିତରେ ଏହି ବସ୍ ଦୁର୍ଘଟଣାରେ ୭ ଜଣଙ୍କ ଜୀବନ ଗଲାଣି । ଗତକାଲି ବିଳମ୍ବିତ ରାତିରେ ପଳାଶପଲ୍ଲୀ ଓଭରବ୍ରିଜ୍ ନିକଟରେ ଜଣେ ସାଇକେଲ ଆରୋହୀଙ୍କୁ ଧକ୍କା ଦେବା ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଛି । ଅନ୍ୟପଟେ ବିଧାନସଭାରେ ଏହି ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟାକୁ ନେଇ ଲିଖିତ ଉତ୍ତର ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ।

‘ଆମ ବସ୍’ ଦୁର୍ଘଟଣା ପରେ ବଡ଼ ହଙ୍ଗାମା । ଭାଙ୍ଗିଲେ, ପଥର ଫିଙ୍ଗିଲେ, ନିଆଁ ଜାଳିଲେ । ପୁଣି ରାଜଧାନୀରେ ଆତଙ୍କ ରଚିଲା ଆମ ବସ୍ । ଆମ ବସ୍ ଧକ୍କାରେ ଜଣେ ସାଇକେଲ ଆରୋହୀ ଆହତ ପରେ ଆମ ବସ୍ ଜାଳିଦେଲେ ଉତ୍ୟକ୍ତ ଲୋକେ । ଦୁର୍ଘଟଣା ପରେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା । ଉତ୍ତ୍ୟକ୍ତ ଲୋକେ ବସ୍‌କୁ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ । ପୋଲିସ ପହଞ୍ଚି ସ୍ଥିତିକୁ ଆୟତ୍ତ କରିବା ସହ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି । ଏହି ଘଟଣା ପରେ କ୍ରୁଟ୍ (CRUT) ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଦୁର୍ଘଟଣାର ତଦନ୍ତ ପାଇଁ ଏକ ଆଭ୍ୟନ୍ତରୀଣ କମିଟି ଗଠନ କରାଯାଇଛି ଏବଂ ଅବହେଳା କରିଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଂସ୍ଥା ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ସହରୀ ପରିବହନର ମାଧ୍ୟମ ସାଜିଥିବା 'ଆମ ବସ୍' ଏବେ ସାଧାରଣ ଲୋକଙ୍କ ପାଇଁ ଭୟର କାରଣ ପାଲଟିଛି । ବିଧାନସଭାରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଦେଇଥିବା ତଥ୍ୟ ଅନୁସାରେ, ଗତ ଏକ ବର୍ଷ ମଧ୍ୟରେ ଆମ ବସ୍ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ଏଥିମଧ୍ୟରୁ ସର୍ବାଧିକ ୬ ଜଣ ଭୁବନେଶ୍ୱରରେ ଏବଂ ଜଣେ କଟକରେ ପ୍ରାଣ ହରାଇଛନ୍ତି । କେବଳ ସେତିକି ନୁହେଁ ୮ ଜଣ ଗୁରୁତର ଆହତ ହୋଇ ପଙ୍ଗୁ ହୋଇଛନ୍ତି । ଦୁର୍ଘଟଣା ରୋକିବାକୁ ବିଭାଗ ପକ୍ଷରୁ ୨୮ ହଜାରରୁ ଅଧିକ ଥର ଯାଞ୍ଚ ହୋଇଥିଲେ ବି ସ୍ଥିତିରେ ସୁଧାର ଆସୁନି । ବାରମ୍ବାର ଦୁର୍ଘଟଣାକୁ ଦୃଷ୍ଟିରେ ରଖି ସରକାର ଏବେ ସ୍ପିଡ୍ ଲିମିଟ୍ ଧାର୍ଯ୍ୟ କରିଛନ୍ତି । ଇଲେକ୍ଟ୍ରିକ୍ ବସ୍ ପାଇଁ ଘଣ୍ଟାପ୍ରତି ୩୫ କିମି, ଡିଜେଲ ବସ୍ ପାଇଁ ୪୦ କିମି ଏବଂ ରାଜପଥରେ ୫୦ କିମି ବେଗ ସୀମିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ପ୍ରଶ୍ନ ଉଠୁଛି, ନିୟମ ସତ୍ତ୍ୱେ କାହିଁକି ବାରମ୍ବାର ରକ୍ତ ରଞ୍ଜିତ ହେଉଛି ରାଜଧାନୀର ରାଜପଥ ?
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Ama Bus Accidents Raise Safety Concerns in Bhubaneswar | Argus News