|
logo
Live
Argus News App
GET APP

Argus News - ଗାଡ଼ି ଭିତରେ ଯାତ୍ରୀଙ୍କୁ ଅଟକ ରଖିଲେ 'ଆମ ବସ୍' ଡ୍ରାଇଭର; ଗେଟ୍ ଖୋଲିଲେନି କି ଝରକା ଦେଇ ଛାଡ଼ିଲେନି

Odisha

Ama Bus / ଗାଡ଼ି ଭିତରେ ଯାତ୍ରୀଙ୍କୁ ଅଟକ ରଖିଲେ 'ଆମ ବସ୍' ଡ୍ରାଇଭର; ଗେଟ୍ ଖୋଲିଲେନି କି ଝରକା ଦେଇ ଛାଡ଼ିଲେନି

Sushanta Sahoo
Browse all articles by Sushanta Sahoo
·2 months ago·2 min read
ଗାଡ଼ି ଭିତରେ ଯାତ୍ରୀଙ୍କୁ ଅଟକ ରଖିଲେ 'ଆମ ବସ୍' ଡ୍ରାଇଭର; ଗେଟ୍ ଖୋଲିଲେନି କି ଝରକା ଦେଇ ଛାଡ଼ିଲେନି
Ama Bus driver locked passenger inside bus

Key Points

ରୂପାଲି ଛକରେ ଅଟୋକୁ 'ଆମ ବସ୍' ଚାପି ଦେବାକୁ ୬ ଦିନ ଯାଇନି । ପୁଣି ଥରେ ସାମ୍ନାକୁ ଆସିଛି 'ଆମ ବସ୍' ଚାଳକଙ୍କ ଦାଦାଗିରିର ଭିଡିଓ ।

ଭୁବନେଶ୍ଵର: 'ମୋ ବସ୍‌'ରୁ 'ଆମ ବସ୍' । ବଦଳିଛି ନାଁ ହେଲେ ବଦଳୁନି ମାନସିକତା । କେବେ ରାସ୍ତାରେ କାହାକୁ ଚାପି ଦେଉଛି ତ ଆଉ କେବେ ବସ୍‌ରେ ଯାଉଥିବା ଯାତ୍ରୀଙ୍କୁ ଦୁର୍ବ୍ୟବହାର କରୁଛନ୍ତି 'ଆମ ବସ୍' କର୍ମଚାରୀ ।

ରୂପାଲି ଛକରେ ଅଟୋକୁ 'ଆମ ବସ୍' ଚାପି ଦେବାକୁ ୬ ଦିନ ଯାଇନି । ପୁଣି ଥରେ ସାମ୍ନାକୁ ଆସିଛି 'ଆମ ବସ୍' ଚାଳକଙ୍କ ଦାଦାଗିରିର ଭିଡିଓ । ଗୋଟିଏ ପଟେ କ୍ରୁଟ 'ଆମ ବସ୍' ଚାଳକଙ୍କ ମଧ୍ୟରେ ସମ୍ବେଦନଶୀଳ ମନୋଭାବ କଥା କହୁଥିବା ବେଳେ ବାସ୍ତବାତ ପୁରା ଭିନ୍ନ ।

ଏଥିସହ ପଢ଼ନ୍ତୁ: ରାଜଧାନୀରେ 'ଆମ ବସ୍' କଣ୍ଡକ୍ଟରଙ୍କ ଦାଦାଗିରି, ବସ୍‌ରୁ ଭିଡ଼ି ଆଣି ଯାତ୍ରୀଙ୍କୁ ମାଡ଼ ମାରିଲେ

ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଭାଇରାଲ୍ ଭିଡିଓରେ ଜଣେ ଯାତ୍ରୀ, 'ଆମ ବସ୍' ଚାଳକଙ୍କୁ ହାତ ଯୋଡ଼ୁଛନ୍ତି । ଗେଟ୍ ନ ହେଲା ନାଇଁ ଝରକା ଦେଇ ମୁକୁଳାଇବାକୁ ନେହୁରା ହେଉଛନ୍ତି । ହେଲେ ଶୁଣୁ ନାହାନ୍ତି 'ଆମ ବସ୍' ଚାଳକ ।

ପରୀକ୍ଷା ଦେବାକୁ ଆସିଥିବା ଯୁବକ 'ଆମ ବସ୍'ରେ ଯାତ୍ରା ବେଳେ ହଟହଟା ହୋଇଛନ୍ତି । ଶେଷରେ ପୋଲିସ ପହଞ୍ଚି ହସ୍ତକ୍ଷେପ କରିବା ସହ 'ଆମ ବସ୍'କୁ ଥାନାକୁ ନେଇ ଯାଇଥିବା ଜଣାପଡ଼ିଛି ।


ଏଭଳି ଘଟଣା ଘଟିଛି ବାଣୀବିହାର ଦ୍ୱିତୀୟ ପୋଷ୍ଟାଲ କଲୋନୀ ଛକରେ । ଏବେ ପୋଲିସ 'ଆମ ବସ୍'କୁ ଅଟକ ରଖି ଖୋଳତାଡ଼ କରୁଛି । ତେବେ 'ଆମ ବସ୍' କର୍ମଚାରୀଙ୍କ ଦାଦାଗିରିର ଏହା ପ୍ରଥମ ଘଟଣା ନୁହେଁ ।

୨୦୨୫ ସେପ୍ଟେମ୍ବରରେ ରାଜଧାନୀରେ 'ଆମ ବସ୍' କଣ୍ଡକ୍ଟରଙ୍କ ଦାଦାଗିରି ଦେଖିବାକୁ ମିଳିଥିଲା । ବସ୍‌ରୁ ଭିଡ଼ି ଆଣି ଯାତ୍ରୀଙ୍କୁ ମାଡ଼ ମାରିଥିଲେ କଣ୍ଡକ୍ଟର । ସେତେବେଳେ ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍ ପରେ ଦୁଃଖ ପ୍ରକାଶ କରିଥିଲା କ୍ରୁଟ୍ ।

ଏଥିସହ ପଢ଼ନ୍ତୁ: ଟ୍ରାଫିକ୍‌ରେ ଅମାନିଆ 'ଆମ ବସ୍'; ଦିନରେ ନେଲା ଅଟୋ ଚାଳକଙ୍କ ଜୀବନ, ଏବେ ସ୍କୁଟିକୁ ପିଟିଲା

ମାମଲାରେ କ୍ରୁଟ୍ ଉକ୍ତ କଣ୍ଡକ୍ଟରଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଚାକିରିରୁ ବହିଷ୍କାର କରିଥିଲେ । ଏନେଇ ପୋଲିସରେ ରିପୋର୍ଟ କରାଯାଇଥିବା କ୍ରୁଟ୍ କହିଥିଲା । ଝଗଡ଼ାର କାରଣ ଯାତ୍ରୀ ପାଇବାକୁ ଥିବା ଅବଶିଷ୍ଟ ଟିକେଟ୍ ମୂଲ୍ୟ ବୋଲି କହିଥିଲା କ୍ରୁଟ୍ ।

ସେତେବେଳେ ୨୮ ନମ୍ବର ରୁଟ୍ OD 33 AH 0166 ନମ୍ବର ବିଶିଷ୍ଟ 'ଆମ ବସ୍‌'ର କଣ୍ଡକ୍ଟର ଜଣେ ଯାତ୍ରୀଙ୍କୁ ବସ୍‌ରୁ ବାହାରକୁ ଆଣି ବସ୍ ଷ୍ଟପରେ ଚାପୁଡ଼ା ମାରିବାର ଭିଡିଓ ଏବେ ଭାଇରାଲ୍ ହୋଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, 'ଯାତ୍ରୀ ଜଣଙ୍କ ରାଜଭବନ ଛକ ନିକଟରେ 'ଆମ ବସ୍‌' କଣ୍ଡକ୍ଟରଙ୍କ କୌଣସି କାରଣରୁ ଯୁକ୍ତିତର୍କ କରିଥିଲେ । ଆଉ ଝଗଡ଼ା ପରେ ମାଡ଼ ମାରିଥିଲେ କଣ୍ଡକ୍ଟର । ବସ୍‌ରୁ ଭିଡ଼ି ଆଣିବା ସହ ବାହାରେ ବି ମାଡ଼ ମାରିଥିଲେ । ଯାତ୍ରୀ ଜଣଙ୍କ ମୁଣ୍ଡରେ ଆଘାତ ଲାଗିଛି ।'

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Ama Bus: ଗାଡ଼ି ଭିତରେ ଯାତ୍ରୀଙ୍କୁ ଅଟକ ରଖିଲେ 'ଆମ ବସ୍' ଡ୍ରାଇଭର; ଗେଟ୍ ଖୋଲିଲେନି କି ଝରକା ଦେଇ ଛାଡ଼ିଲେନି | Argus News