Organic Farming / 'ଆମ ମାଟି ଆମ ପରିଚୟ' ପ୍ରୟାସକୁ ଚାଷୀଙ୍କ କୃତଜ୍ଞତା
·6 months ago·2 min read

Key Points
'ଆମ ମାଟି ଆମ ପରିଚୟ' ପ୍ରୟାସରେ ଜୈବିକ କୃଷି ପଦ୍ଧତିକୁ ପ୍ରୋତ୍ସାହନ ମିଳୁଛି । ଯାହା ମାଧ୍ୟମରେ ମାଟିର ସ୍ୱାସ୍ଥ୍ୟ ବଜାୟ ରହିବା ସହ ପୁନରୁଦ୍ଧାର କରିବା ଉପରେ ଗୁରୁତ୍ୱାରୋପ କରୁଛି ।
ଦେବଗଡ଼: ଜୈବିକ ଚାଷକୁ ପ୍ରୋତ୍ସାହନ । ରକ୍ଷା ହେବ ମାଟିର ଉର୍ବରତା, ବଢ଼ିବ ଅମଳ । ଏହି ଲକ୍ଷ୍ୟ ନେଇ ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋ ଆରମ୍ଭ କରିଥିଲା 'ଆମ ମାଟି ଆମ ପରିଚୟ' । ଉକ୍ତ ପ୍ରୟାସକୁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସହଯୋଗ ଯୋଗାଇଥିଲେ । ମନ୍ତ୍ରୀଙ୍କ ସହଯୋଗ ଓ ସମର୍ଥନକୁ କୃତଜ୍ଞତା ଜଣାଇଛନ୍ତି ଚାଷୀ ।
ଦେବଗଡ଼ ଜିଲ୍ଲାର ତିଲେଇବଣି ବ୍ଲକ ଢୋଲପଡ଼ା ପଞ୍ଚାୟତର ଚାଷୀମାନେ ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋ ଦ୍ୱାରା ଆରମ୍ଭ କରାଯାଇଥିବା 'ଆମ ମାଟି ଆମ ପରିଚୟ' ପ୍ରୟାସ ପ୍ରତି କୃତଜ୍ଞତା ଜଣାଇଛନ୍ତି । ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସହଯୋଗ ଏବଂ ସମର୍ଥନ ପାଇଁ ପୋଷ୍ଟକାର୍ଡରେ କୃତଜ୍ଞତା ଜଣାଇ ଆଶୀର୍ବାଦ ଦେଇଛନ୍ତି ।
ଏଥିସହ ପଢ଼ନ୍ତୁ: ଚାଉଳରୁ ଅଟା, ତେଲରୁ ଛତୁଆ; ପଢ଼ନ୍ତୁ କେଉଁ ଜିଲ୍ଲାରେ କେଉଁ ଖାଦ୍ୟ ଅପମିଶ୍ରିତ
'ଆମ ମାଟି ଆମ ପରିଚୟ' ପ୍ରୟାସରେ ଜୈବିକ କୃଷି ପଦ୍ଧତିକୁ ପ୍ରୋତ୍ସାହନ ମିଳୁଛି । ଯାହା ମାଧ୍ୟମରେ ମାଟିର ସ୍ୱାସ୍ଥ୍ୟ ବଜାୟ ରହିବା ସହ ପୁନରୁଦ୍ଧାର କରିବା ଉପରେ ଗୁରୁତ୍ୱାରୋପ କରୁଛି । ଚାଷୀମାନେ କହିଛନ୍ତି, "ମାଟି କେବଳ ଏକ ଉତ୍ପାଦନ ସମ୍ବଳ ନୁହେଁ ବରଂ ସେମାନଙ୍କର ପରିଚୟ ଏବଂ ଜୀବନରେଖା ।"
ବର୍ଷ ବର୍ଷ ଧରି, ଅତ୍ୟଧିକ ରାସାୟନିକ ସାର ଓ କୀଟନାଶକ ଯୋଗୁଁ ମୃତ୍ତିକାର ଉର୍ବରତା ହ୍ରାସ ପାଇବା ଉଭୟ ପରିବେଶ ଓ ଆମ ସ୍ଵାସ୍ଥ୍ୟ ପାଇଁ ଚିନ୍ତାଜନକ ବିଷୟ । 'ଆମା ମାଟି ଆମ ପରିଚୟ' ପଦକ୍ଷେପ ମାଧ୍ୟମରେ ମୃତ୍ତିକାର ମାନ ବଢ଼ିବା ସହ ଜୈବ-ସାର ଏବଂ ସ୍ଥାୟୀ କୃଷି ପଦ୍ଧତିର ଗୁରୁତ୍ୱ ବିଷୟରେ ଚାଷୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଛି ।
ମହିଳା ଚାଷୀ ତିଲୋତ୍ତମା ଅଡାବରଙ୍କ ଅନୁଯାୟୀ, "ଏହି ପଦକ୍ଷେପ ତିଲେଇବଣି ବ୍ଲକର ଚାଷୀମାନଙ୍କ ମଧ୍ୟରେ ନୂତନ ଆତ୍ମବିଶ୍ୱାସ ଆଣିଛି । ଅନେକ ଚାଷୀ ଜୈବିକ ଏବଂ ପ୍ରାକୃତିକ କୃଷି କୌଶଳ ଗ୍ରହଣ କରିବା ଆରମ୍ଭ କରିଛନ୍ତି । ଯାହା ଫଳରେ ମାଟି ଗଠନରେ ଉନ୍ନତି, ଆର୍ଦ୍ରତା ବୃଦ୍ଧି ଏବଂ ଚାଷ ଖର୍ଚ୍ଚ ହ୍ରାସ ପାଇଛି । ଏହି ଆନ୍ଦୋଳନ ଚାଷୀ ସମ୍ପ୍ରଦାୟର ସ୍ଥାୟୀ କୃଷି ପ୍ରତି ସାମୂହିକ ମନୋଭାବକୁ ମଧ୍ୟ ମଜଭୁତ କରିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ଓଡ଼ିଆ ଚାଷୀ ହିରୋଦଙ୍କୁ ପ୍ରଶଂସା କଲେ ମୋଦୀ, ଅର୍ଗସ ଯୁବ ପ୍ରତିଭା ସମ୍ମାନରେ ସମ୍ମାନିତ ହୋଇଥିଲେ ହିରୋଦ
ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ଏହି ଅନନ୍ୟ ପଦକ୍ଷେପ ପାଇଁ ମହିଳା ଚାଷୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋ ଦ୍ୱାରା 'ଆମ ମାଟି ଆମ ପରିଚୟ' ପଦକ୍ଷେପ ଧୀରେ ଧୀରେ ଏକ ତୃଣମୂଳସ୍ତରୀୟ ଆନ୍ଦୋଳନ ଭାବରେ ଉଭା ହେଉଛି ଯାହାର ଲକ୍ଷ୍ୟ ଚାଷୀମାନଙ୍କୁ ସେମାନଙ୍କ ମାଟି ସହିତ ପୁନଃ ସଂଯୋଗ କରିବା, ଜୈବିକ କୃଷିକୁ ପ୍ରୋତ୍ସାହିତ କରିବା ଏବଂ ପରିବେଶଗତ ସ୍ଥାୟୀତ୍ଵ ସୁନିଶ୍ଚିତ କରିବା ବୋଲି ଏହାର ଫାଉଣ୍ଡର ଡି ଶୁଭମ୍ କହିଛନ୍ତି ।

Related Topics
Explore more stories