Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁଣି ଉଡ଼ିଲା ରାଜ୍ୟ ସରକାରଙ୍କ ଧଜିଆ

Jitendra Dash
Browse all articles by Jitendra Dash
·2 years ago·1 min read
ପୁଣି ଉଡ଼ିଲା ରାଜ୍ୟ ସରକାରଙ୍କ ଧଜିଆ

ଅର୍ଗସ ବ୍ୟୁରୋ : ପୁଣି ଉଡ଼ିଲା ରାଜ୍ୟ ସରକାରଙ୍କ ଧଜିଆ । ଓଡ଼ିଶାର ବ୍ରାଣ୍ଡ ଅଯୋଧ୍ୟା ବଜାରରେ ବିକ୍ରି । କିଏ ସେ ବିଭିଷଣ ନେତା ବିଜେଡ଼ିକୁ କରୁଛି ବଦନାମ । ଅଯୋଧ୍ୟା ବଜାରରେ ଆମ ଓଡ଼ିଶା ନବୀନ ଓଡ଼ିଶା ବ୍ୟାଗ । ରାଜ୍ୟ ସରକାରଙ୍କ ପ୍ରଚାର ବ୍ୟାଗ ଏବେ ବାହର ରାଜ୍ୟରେ ବିକ୍ରି ହୋଉଥିବା ଦେଖିବାକୁ ମିଳିଛି । ଯାହା ଏବେ ଅଯୋଧ୍ୟାରେ ଥିବା ଦୋକାନୀ ମାନେ ବୁକୁଥିବାର ଦେଖିବାକୁ ମିଳିଛି । ରାଜ୍ୟ ସରକାର ନିଜେ ତିଆରି କରିଥିବା ବ୍ୟାଗ ଏବେ ବଜାର ବଜାର ମାନଙ୍କରେ ମିଳୁଛି । କିଏ କହିଁକି ଏମିତି ବାହାର ରାଜ୍ୟରେ ବିକ୍ରି କଲା ଆମ ଓଡ଼ିଶା ନବୀନ ଓଡ଼ିଶା ବ୍ୟାଗ ତାହା ପ୍ରଶ୍ନବାଚୀ ହୋଇଛି । 

ରାଜ୍ୟ ସରକାର ଭୋଟର ମାନଙ୍କୁ ଲଲିପପ୍ ଦେବା ପାଇଁ ଆମ ଓଡ଼ିଶା ନବୀନ ଓଡ଼ିଶା ବ୍ୟାଗ ସହ ୧୦୦୦ ଟଙ୍କା ଗାଁ ରୁ ସହର ବାଣ୍ଟି ଚାଲିଛନ୍ତି । କିନ୍ତୁ ଏବେ ଏହି ବ୍ୟାଗ ଅଯୋଧ୍ୟାରେ ଦୋକାନୀ ମାନେ ବିକୁଥିବାର ଦେଖିବାକୁ ମିଳିଛି । ଏଠି ପ୍ରଶ୍ନ ଉଠୁଛି, ନବୀନଙ୍କ ଆମ ଓଡ଼ିଶା ନବୀନ ଓଡ଼ିଶା ବ୍ୟାଗ ଅଯୋଧ୍ୟାରେ କଣ ପାଇଁ ? ନିର୍ବାଚନ ପୂର୍ବରୁ ନବୀନଙ୍କ ଲଲିପପ୍ ଅଯୋଧ୍ୟାରେ କଣ କରୁଛି ? ଯାହାକୁ ନେଇ ଉଠିଲାଣି ଅନେକ ପ୍ରଶ୍ନ ? 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଯୋଧ୍ୟାରେ ବିକ୍ରୀ ହୋଉଥିବା ବ୍ୟାଗକୁ ସେଠାକାର ଦୋକାନୀ ମାନେ କିଣୁଥିବା କଥା କହିଛନ୍ତି । ୮୦ ଟଙ୍କାରେ କିଣି ସେମାନେ ତାକୁ ୧୦୦ ଟଙ୍କାରେ ବିକ୍ରି କରୁଥିବା କଥା କହିଛନ୍ତି । କାହା ପାଇଁ ବଦନାମ ହେଲା ୫ଟି ବ୍ୟାଗ । ରାଜ୍ୟ ସରକାର ଏ ବିଷୟରେ କିଛି ଜାଣିଛନ୍ତି ନା ନ ଜାଣିଲା ଭଳି ଅଛନ୍ତି । ଦେଖିବାକୁ ବାକି ରହିଲା ଆଗକୁ ଆଗକୁ ଆଉ କଣ ବିକ୍ରି ହୋଉଛି ରାଜ୍ୟ ସରକରାଙ୍କ ଯୋଜନା ।

Sponsored
ama odisha nabin odisha bag issue | Argus News