Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆନ୍ଦୋଳନରୁ ଓହରିଲା ରାଜ୍ୟ ଅମଲା ସଂଘ

santosh Kumar Sahoo
Browse all articles by santosh Kumar Sahoo
·10 months ago·1 min read
ଆନ୍ଦୋଳନରୁ ଓହରିଲା ରାଜ୍ୟ ଅମଲା ସଂଘ

Key Points

ସ୍ଥଗିତ ରହିଲା ଅମଲା ଆନ୍ଦୋଳନ । ୧୫ ଦିନ ହେଲା ବସିଥିଲେ ଆନ୍ଦୋଳନରେ । ବନ୍ୟା ଓ ପୂଜାକୁ ଦୃଷ୍ଟିରେ ରଖି ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ।


ଅମଲା ଆନ୍ଦୋଳନ ସ୍ଥଗିତ । ଆନ୍ଦୋଳନରୁ ଓହରିଲା ରାଜ୍ୟ ଅମଲା ସଂଘ । ବନ୍ୟା ଓ ପୂଜାକୁ ଦୃଷ୍ଟିରେ ରଖି ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତ୍ତି । ୧୫ ଦିନ ହେଲା ଆନ୍ଦୋଳନରେ ବସିଥିଲେ ଅମଲା ସଂଘ । ଗତକାଲି ଧାରଣାରେ ଥିବା ରାଜସ୍ବ କର୍ମଚାରୀଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ନେବାକୁ ନିଷ୍ପତି ନିଆଯାଇଥିଲା । ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲା ରାଜସ୍ବ ବିଭାଗ । ଛୁଟିରେ ଯାଇଥିବା କର୍ମଚାରୀଙ୍କ ତାଲିକା ଦେବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।


୧୫ ଦିନ ହେଲା ଅମଲା ସଂଘର ଆନ୍ଦୋଳନ ଯୋଗୁଁ ତହସିଲ, ବ୍ଲକ୍, ଉପଜିଲ୍ଲାପାଳ, ଜିଲ୍ଲାପାଳ ଅଫିସରେ କାମ ଗୁରୁତର ପ୍ରଭାବିତ ହୋଇଥିଲା । ଅତ୍ୟାବଶ୍ୟକ ସେବା ନ ପାଇଁ ହନ୍ତସନ୍ତ ହୋଇଥିଲେ ଲୋକେ । ସେପଟେ ରାଜସ୍ବ ମନ୍ତ୍ରୀ କହିଛନ୍ତି, ଯେଉଁମାନେ କାର୍ଯ୍ୟରେ ଯୋଗ ନ ଦେବେ ସେମାନଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ ।
ସେପଟେ ରାଜସ୍ବ ଅମଲା ସଂଘ ବିରୋଧରେ ସରକାର କଠୋର ଆଭିମୁଖ୍ୟ ଦେଖାଇଛନ୍ତି। ଗତ ୧୨ ତାରିଖରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ। ସମୂହ ଛୁଟି ଦରଖାସ୍ତକୁ ଗ୍ରହଣ ନ କରିବା ସହ ଏହାକୁ ସେମାନଙ୍କ ଅନୁପସ୍ଥିତି ଭାବେ ଗ୍ରହଣ କରିବାକୁ କହିଥିଲେ। କାମ ନକରିଥିଲେ ଦରମା ମିଳିବନି ବୋଲି ଜଣାଇଥିଲେ। ରାଜସ୍ବ ମନ୍ତ୍ରୀ ବାରମ୍ବାର ନିବେଦନ କରିଥିଲେ ବି ଦାବି ପୂରଣ ଜିଦିରେ ସଂଘ ଅଟଳ ରହିଥିଲା । ତେବେ ଆଜି ୧୫ ଦିନ ପରେ ଆନ୍ଦୋଳନରୁ ଓହରିଛନ୍ତି ରାଜ୍ୟ ଅମଲା ସଂଘ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Revenue Officers' Association Suspends Protest After 15 Days | Argus News