ମହାପ୍ରଭୁ ଜଗନ୍ନାଥଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ତୁଳନା କରି ଚର୍ଚ୍ଚାରେ ଅମର ପଟ୍ଟନାୟକ

ଅର୍ଗସ ବ୍ୟୁରୋ: ମହାପ୍ରଭୁ ଜଗନ୍ନାଥଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ତୁଳନା । ନିଜର ରାଜନୈତିକ ଆଶା ପୂରଣ ପାଇଁ ମହାପ୍ରଭୁଙ୍କୁ ନବୀନଙ୍କ ସହ ତୁଳନା କରିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ଯାହାର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ କହିଥିଲେ, ‘ଉତ୍କଳେ ନେତାର ନାହିଁ ପ୍ରୟୋଜନ, ଉତ୍କଳର ନେତା ସ୍ବୟଂ ନାରାୟଣ ।’ କିନ୍ତୁ ଏଠି ନେତାଙ୍କୁ ନାରାୟଣଙ୍କ ସହ ତୁଳନା କରାଯାଉଛି । ଟିକେଟ୍ ପାଇଁ ବିଜେଡି ନେତା କିଭଳି ଚାଟୁକାରିତା କରୁଛନ୍ତି ।
ମହାପ୍ରଭୁଙ୍କୁ ନବୀନଙ୍କ ସହ ତୁଳନା କରିବାକୁ ପଛାଉ ନାହାନ୍ତି । ପୂର୍ବରୁ ବି ମନ୍ତ୍ରୀ ପ୍ରତାପ ଦେବ ନିଜ ଭାଷଣରେ ଏପରି କିଛି କହି ବିବାଦ ଘେରକୁ ଆସିଥିଲେ । ପ୍ରତାପ ଦେବ କହିଥିଲେ, ଆଗରୁ ରାଜ୍ୟ ବାହାରେ ଓଡ଼ିଶାରୁ ଆସିଛି ବୋଲି କହିଲେ, ଲୋକେ କହୁଥିଲେ ଓଃ ଜଗନ୍ନାଥ ପୁରୀ । ଆଉ ଏବେ ଓଡ଼ିଶାରୁ ଆସିଛି କହିଲେ, ଲୋକେ କହୁଛନ୍ତି- ଓଃ ନବୀନ ପଟ୍ଟନାୟକ । ନବୀନଙ୍କ ପାଇଁ ଓଡ଼ିଶା ତାର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଲି କହିଥିଲେ ପ୍ରତାପ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
