Videos
|
Odisha

କାଲି ଛାଡିଥିଲେ ଶଙ୍ଖ: ଆଜି ଧରିଲେ ପଦ୍ମ, ମଞ୍ଚରେ ନବୀନଙ୍କୁ ଧୋଇଲେ

Manini Pattanayak
Browse all articles by Manini Pattanayak
·2 years ago·1 min read
କାଲି ଛାଡିଥିଲେ ଶଙ୍ଖ: ଆଜି ଧରିଲେ ପଦ୍ମ, ମଞ୍ଚରେ ନବୀନଙ୍କୁ ଧୋଇଲେ

ଭୁବନେଶ୍ୱର:  ଜଗତସିଂହପୁର ବିଜେଡିକୁ ଝଟକା।  ପଦ୍ମ ଧରିଲେ  ଅମରେନ୍ଦ୍ର ଦାସ।  ଅମରେନ୍ଦ୍ରଙ୍କ ସହ ଶହଶହ କର୍ମୀ ଯୋଗ ଦେଇଛନ୍ତି ବିଜେପିରେ।  ରାଜ୍ୟ ବିଜେପି କାର୍ଯ୍ୟାଳୟରେ  ପହଞ୍ଚି  ରାଜ୍ୟ ବିଜେପି ଶଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ  ପଦ୍ମ ଧରି ଅମରେନ୍ଦ୍ରଙ୍କ ସହିତ ଶହ ଶହ କର୍ମୀ । 

  ସୂଚନାମୁତାବକ ଗତକାଲି ବିଜେଡି ଛାଡିଥିଲେ ଅମରେନ୍ଦ୍ର ଦାସ।  ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିକୁ ଆସିଲି ବୋଲି କହିଛନ୍ତି  ଅମରେନ୍ଦ୍ର।  ଆମ ପ୍ରତି ଅବିଚାର କରାଗଲା ଠିକ୍‌ ସମୟରେ ଏହାର ଜବାବ ଦିଆଯିବ ବୋଲି କହି ମଞ୍ଚରେ ଧୋଇଲେ ନବୀନଙ୍କୁ। 

ଓଡ଼ିଶାରେ ଅନ୍ୟାୟ, ଅନୀତି, ଭ୍ରଷ୍ଟାଚାର ଚାଲିଛି। ଏହାକୁ ଦମନ କରାଯିବ । ଆଉ ଲୋକଙ୍କୁ ଭୁଆଁ ବୁଲାଇପାରିବେନି ପୂର୍ଣ୍ଣ  ଲଢେଇ ହେବ। ଏଥର ଗୋଟିଏ  ଦଳ ରହିବ ସେ ହେଉଛି ଭାରତୀୟ ଜନତା ପାର୍ଟି।  ଲୋକଙ୍କ ପଇସାକୁ  ଠକିପାରିବେନି , ଓଡ଼ିଶା ଲୋକେ ସଚେତନ ହେଲେଣି।  ଏଭଳି ମଞ୍ଚରେ କହି ନବୀନଙ୍କୁ ଧୋଇଦେଲେ ଅମରେନ୍ଦ୍ର ଦାସ।   

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ  ଓଡ଼ିଶା ଖବର 

Amarendra das join bjp today | Argus News