Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜଳିପୋଡି ପାଉଁଶ ହେଲା ଆମ୍ବୁଲାନ୍ସ

Manini Pattanayak
Browse all articles by Manini Pattanayak
·1 year ago
ଜଳିପୋଡି ପାଉଁଶ ହେଲା ଆମ୍ବୁଲାନ୍ସ

ଜଗତସିଂହପୁର: ଘରୋଇ ଆମ୍ବୁଲାନ୍ସରେ ନିଆଁ ଲାଗି ଜଳିପୋଡି ପାଉଁଶ । ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି । ସଦରମହକୁମା ସାନବଜାରଠାରେ ଥିବା ଏକ ଗ୍ୟାରେଜରେ ଏହି ଆମ୍ବୁଲାନ୍ସ ଥିବାବେଳେ ଉକ୍ତ ଆମ୍ବୁଲାନ୍ସରେ ନିଆଁ ଲାଗି ସମ୍ପୂର୍ଣ ଜଳିଯାଇଛି । ଖବର ପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ଘଟଣା ସଂକ୍ରାନ୍ତରେ ଅଭିଯୋଗ ପାଇ ଜଗତସିଂହପୁର ପୋଲିସ ତଦନ୍ତ ଆରମ୍ବ କରିଛନ୍ତି । ପାଖରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ ଯାଞ୍ଚ ମଧ୍ୟ କରୁଛି। ପୂର୍ବ ଶତ୍ରୁତା କେନ୍ଦ୍ର କରି କେହି ଦୁବୃର୍ତ୍ତ ଏହି ଘଟଣା କରିଥାଇ ପାରେ ବୋଲି ସନ୍ଧେହ କରା ଯାଉଛି। ଏହି ଆମ୍ବୁଲାନ୍ସଟି ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଥିଲା । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ambulance burnt to ashes | Argus News