Videos
|
Odisha

ଗାଁକୁ ଆସି ପାରିଲା ନାହିଁ ଆମ୍ବୁଲାନ୍ସ, ବୃଦ୍ଧାଙ୍କୁ ଭାରରେ ବୋହିଲେ ପରିବାର ଲୋକେ

Banajyotshna Ray
Browse all articles by Banajyotshna Ray
·1 year ago
ଗାଁକୁ ଆସି ପାରିଲା ନାହିଁ ଆମ୍ବୁଲାନ୍ସ,  ବୃଦ୍ଧାଙ୍କୁ ଭାରରେ ବୋହିଲେ ପରିବାର ଲୋକେ

ଅର୍ଗସ ବ୍ୟୁରୋ:  ରାସ୍ତା ନଥିବାରୁ ଦୀର୍ଘ ୫ କିଲୋମିଟର ବୃଦ୍ଧାଙ୍କୁ ଭାରରେ ବୋହିଲେ ପରିବାର ଲୋକେ । ଗାଁକୁ ଆସି ପାରିଲା ନାହିଁ ଆମ୍ବୁଲାନ୍ସ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀ ଉପକଣ୍ଠ ବାଲିପାଟଣା ବ୍ଲକ ଦେଉଳିଧରପୁର ଗ୍ରାମପଞ୍ଚାୟତ ଅଧୀନରେ ଥିବା ଆମ୍ବଡିହ ଗ୍ରାମରେ। ଆମ୍ବଡିହ ଗ୍ରାମର ଜଣେ ବୃଦ୍ଧା ଙ୍କର ଦେହ ଅସୁସ୍ଥ ହୋଇପଡିଲା । ପରିବାର ଲୋକେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବାକୁ ଆମ୍ବୁଲାନ୍ସ କୁ ଫୋନ କରିଥିଲେ । ଗାଁ କୁ ରାସ୍ତା ନଥିବାରୁ ଆମ୍ବୁଲାସ ଗାଁକୁ ଆସି ପାରିଲା ନାହିଁ । କୌଣସି ଉପାୟ ନପାଇ ଶେଷରେ ଭାରରେ କାଉଡ଼ି କରି ଦୀର୍ଘ ୫ କିଲୋମିଟର ବହି ନେଇଥିଲେ।ବିଜେଡି ଦୀର୍ଘ ୨୫ ବର୍ଷ ସରକାରରେ ଥିଲେ ମଧ୍ୟ ଉପକଣ୍ଠ ରେ ଏପରି ଅବସ୍ଥା।ଏପରି ଅବସ୍ଥା ପାଇଁ ପୂର୍ବ ସରକାରକୁ ଦାୟୀ କରିଛନ୍ତି ଗ୍ରମବାସୀ ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Ambulance could not come to the village, family members carried the old woman | Argus News