Videos
|
Odisha

ରାସ୍ତା ନଥିବାରୁ ପହଞ୍ଚିପାରିଲାନି ଆମ୍ବୁଲାନ୍ସ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ରାସ୍ତା ନଥିବାରୁ ପହଞ୍ଚିପାରିଲାନି ଆମ୍ବୁଲାନ୍ସ

ଅର୍ଗସ ବ୍ୟୁରୋ:  ଆଦିବାସୀ ଅଧୁସିତ କେନ୍ଦୁଝର ଜିଲ୍ଲାରେ ପୁଣି ଥରେ ସାମ୍ନାକୁ ଆସୁଛି ଜନନୀ ଯନ୍ତ୍ରଣାର ଚିତ୍ର। ଗାଁକୁ ରାସ୍ତା ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ। ସାଇକେଲରେ ବୁହା ହୋଇ ମେଡିକାଲ ଗଲେ ଗର୍ଭବାତୀ।  ଏଭଳି ଚିତ୍ର ସାମ୍ନାକୁ ଆସିଛି ହରିଚନ୍ଦନପୁର ବ୍ଲକ ବାରିଗାଁର ବାଲିଦାଣ୍ଡ ଗାଁରୁ। ଗର୍ଭବତୀଙ୍କୁ ପ୍ରଶବ ଯନ୍ତ୍ରଣା ହେବାରୁ ଆଶା କର୍ମୀଙ୍କ ସହାୟତାରେ 102 ଆମ୍ବୁଲାନ୍ସକୁ ଡକା ଯାଇଥିଲା। ତେବେ ଆମ୍ବୁଲାନ୍ସଟି କାଦୁଅ ରାସ୍ତା ଯୋଗୁଁ ପାଖାପାଖି ଦେଢ କିଲୋମିଟର ଆଗରୁ ଆଉ ଗାଁକୁ ପହଞ୍ଚି ନଥିଲା। ଫଳରେ ମହିଳାଙ୍କ ସ୍ବାମୀ ତାଙ୍କୁ ସାଇକେଲ ଯୋଗେ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିବା ଦୃଶ୍ୟ ସାମ୍ନାକୁ ଆସିଛି।

ବାରିଗାଁ ଛକଠାରୁ ପାଖାପାଖି ଦୁଇ କିଲୋମିଟର ଦୂରରେ ରହିଛି ବାଲିଦାଣ୍ଡ ଗାଁ । ଏହି ଗାଁରେ ଚାଳିଶି ପରିବାର ରହୁଥିବା ବେଳେ ଆଜି ପର୍ଯ୍ୟନ୍ତ ଗାଁକୁ ଭଲ ରାସ୍ତା ଟିଏ ନାହଁ। ନାଲି ମାଟିର କଚ୍ଚା ରାସ୍ତାରେ ବର୍ଷ ତମାମ ଲୋକେ ଯିବା ଆସିବା କରୁଥିବା ବେଳେ ବର୍ଷା ଆସିଲେ ବଢେ ଲୋକଙ୍କ ଦୁର୍ଦଶା। ଅସରାଏ ବର୍ଷାରେ ରାସ୍ତା ହୋଇଯାଏ କାଦୁଅ ପଚପଚ। ବେଳେ ବେଳେ ତ ରାସ୍ତା ବିଲର ଭ୍ରମ ଶୃଷ୍ଟି କରେ। ମାତ୍ର ଏହା ପ୍ରତି ଆଜି ଯାଏଁ ପ୍ରଶାସନର ନଜ ପଡିନି।

ପଚିଶ ବର୍ଷର ସ୍ଥିର ସରକାରରେ ଗ୍ରାମାଞ୍ଚଳର ବିକାଶର ଏହା ହେଉଛି ନଗ୍ନ ଚିତ୍ର। ଗାଁକୁ ନାହିଁ ପକ୍କା ରାସ୍ତା ଆସି ପାରୁନି ଚାରି ଚକିଆ ଫଳରେ କେତେବେଳେ ଖଟିଆ ସାହାରାତ ଆଉ କେତେବେଳଏ ସାଇକେଲ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: