Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News -  ଗାଁ କୁ ଯାଇ ପାରିଲାନି ଆମ୍ବୁଲାନ୍ସ, ଆଖି ବୁଜିଲେ ଗର୍ଭବତୀ

Odisha

 ଗାଁ କୁ ଯାଇ ପାରିଲାନି ଆମ୍ବୁଲାନ୍ସ, ଆଖି ବୁଜିଲେ ଗର୍ଭବତୀ

Manini Pattanayak
Browse all articles by Manini Pattanayak
·2 years ago
 ଗାଁ କୁ ଯାଇ ପାରିଲାନି ଆମ୍ବୁଲାନ୍ସ, ଆଖି ବୁଜିଲେ ଗର୍ଭବତୀ

କନ୍ଧମାଳ:  ଗାଁ କୁ ଯାଇ ପାରିଲାନି ଆମ୍ବୁଲାନ୍ସ, ଅବେଳ ରେ ଆଖି ବୁଜିଲେ ଗର୍ଭବତୀ।  କୋଟଗଡ଼ ବ୍ଳକ ଅନ୍ତର୍ଗତ ଗୁଗୁରମାହା ପଞ୍ଚାୟତର ଗରଡମାହା ଗାଁକୁ ଯିବା ପାଇଁ ଆଜି ପର୍ଯ୍ୟନ୍ତ ଭଲ ରାସ୍ତା ଟିଏ ନଥିବାରୁ ଜଣେ ଗର୍ଭବତୀ ମହିଳା କୋଟଗଡ଼ ମେଡ଼ିକାଲକୁ ଯାଇ ନପାରି ଅଧା ବାଟରେ ମୃତ୍ୟୁ ବରଣ କରିଛନ୍ତି।

ସୂଚନାମୁତାବକ,  ଗରଡମାହା ଗ୍ରାମରୁ ଜଙ୍ଗଲବାଟ ଦେଇ ଚାଲି ଚାଲି ଯୁଡ଼ାବାଲି ପ୍ରାଥମିକ ଚିକିତ୍ସାଳୟ ରେ ପହଞ୍ଚିଥିଲେ । ଯୁଡ଼ାବାଲି ମେଡ଼ିକାଲ କର୍ତ୍ତୃପକ୍ଷ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ରେଫର କରିଥିଲେ କିନ୍ତୁ ଅଧା ବାଟ ରେ ମୃତ୍ୟୁ ବରଣ କରିଥିଲେ ଗର୍ଭବତୀ। ମୃତ୍ୟୁ ବରଣ କରିଥିବା ଗର୍ଭବତୀ ମହିଳା ହେଲେ ସୁକାନ୍ତି ମାଝୀ, ବୟସ ପାଖାପାଖି 30 ହେବ। 
ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ambulance did not go to the village,died pregnant | Argus News