Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଟଙ୍କା ନଦେବାରୁ ଗର୍ଭବତୀଙ୍କୁ ଅଧା ରାସ୍ତାରେ ଓହ୍ଲାଇଦେଲା ଆମ୍ୱୁଲାନ୍ସ ଡ୍ରାଇଭର

Banajyotshna Ray
Browse all articles by Banajyotshna Ray
·2 years ago
ଟଙ୍କା ନଦେବାରୁ ଗର୍ଭବତୀଙ୍କୁ ଅଧା ରାସ୍ତାରେ ଓହ୍ଲାଇଦେଲା ଆମ୍ୱୁଲାନ୍ସ ଡ୍ରାଇଭର

ଅର୍ଗସ ବ୍ୟୁରୋ:  ଅର୍ଥ ଲୋଭୀ ଆମ୍ବୁଲାନ୍ସ ଡ୍ରାଇଭରର ଅମାନବୀୟ କାଣ୍ଡ । ଟଙ୍କା ନଦେବାରୁ ମାନବିକତା ଭୁଲିଗଲା ଆମ୍ବୁଲାନ୍ସ ଡ୍ରାଇଭର । ଅନ୍ଧାର ରାତିରେ ଗର୍ଭବତୀଙ୍କୁ ଅଧା ରାସ୍ତାରେ ଆମ୍ବୁଲାନ୍ସରୁ ଓହ୍ଲାଇଦେଲା ଡ୍ରାଇଭର । ଆଉ ଘଟଣାସ୍ଥଳରେ ଠିଆ ହୋଇ ମଜା ଦେଖିଲା ଡ୍ରାଇଭର । ଦୀର୍ଘ ସମୟ ଧରି ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳାଙ୍କୁ ଭଡ଼ା ଅଟୋରେ ଆଣି ବାରିପଦା ପି.ଆର.ଏମ ମେଡିକାଲରେ ଭର୍ତ୍ତି କଲେ ଆଶାକର୍ମୀ ।

ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ବ୍ଲକ ଶଙ୍ଖାଭଙ୍ଗା ପଞ୍ଚାୟତ ଅଞ୍ଚଳରେ ଘଟିଛି ଏଭଳି ଘଟଣା । ଏଭଳି ଘଟଣାକୁ ବିରୋଧ କରି ଆମ୍ବୁଲାନ୍ସ ଡ୍ରାଇଭର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଓ ଏନ.ଆର୍.ଏଚ୍.ଏମ୍. ବିଭାଗର  ଡି.ପି.ଏମଙ୍କୁ ଏକାଧିକ ଆଶାକର୍ମୀ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଏହାର ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored