Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆସିପାରିଲାନି ଆମ୍ବୁଲାନ୍ସ, ବାଇକରେ ବୁହା ହେଲେ ରୋଗୀ

Banajyotshna Ray
Browse all articles by Banajyotshna Ray
·1 year ago
ଆସିପାରିଲାନି ଆମ୍ବୁଲାନ୍ସ, ବାଇକରେ ବୁହା ହେଲେ ରୋଗୀ

ଅର୍ଗସ ବ୍ୟୁରୋ:  ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ । ବାଇକରେ ବୁହା ହେଲେ ରୋଗୀ । ସମ୍ବଲପୁର ଜିଲ୍ଲା ରେଢାଖୋଲ ନିର୍ଵାଚନ ମଣ୍ତଳୀ ଯୁଯୁମୁରା ବ୍ଲକରୁ ପୁଣି ଆସିଲା ଅଭାବନୀୟ ଦୃଶ୍ୟ। ଯୁଯୁମୁରା ବ୍ଳକର ବୁଟୁବେର୍ଣ୍ଣୀ ଚର୍ଚ୍ଚ ପଡ଼ାରେ ରହୁଥିବା ମସି ବାଗେ ଅସୁସ୍ଥତା ହେବାରୁ ଆମ୍ବୁଲାନ୍ସ ଡାକିଥିଲେ । ହେଲେ ଚର୍ଚ୍ଚପଡାକୁ ଆସିବାକୁ ରାସ୍ତାର ନଥିବାରୁ ଆମ୍ବୁଲାନ୍ସ ଘର ପର୍ଯ୍ୟନ୍ତ ପହଞ୍ଚି ପାରିନଥିଲା । ରୋଗୀଙ୍କ ସମ୍ପକୀୟ ବାଇକରେ ରୋଗୀକୁ ୨ କିଲୋମିଟର ପର୍ଯ୍ୟନ୍ତ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ । ଚିତ୍ର ଦେଖିଲା ପରେ ୨୪ ବର୍ଷ ଶାସନ କରିଥିବା ବିଜେଡି ସରକାର ଉପରେ ପ୍ରଶ୍ନ ଉଠିଲାଣି । ତେଵେ ନିର୍ଵାଚନ ସମୟରେ ଜୁଜୁମୁରା ବ୍ଲକରେ ହୋଇଥିବା ଖଟିଆ ବୁହା କଥା ତତ୍କାଳିନ ସରକାରକୁ ବେଶ ହରଡାଘଣାରେ ପଡିଥିଲେ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored