Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - କଡ଼ାସୁରକ୍ଷା ମଧ୍ୟରେ ମା' ମଝିଘରିଆଣି ମା'ଙ୍କ ଦାନ ହୁଣ୍ଡି ଗଣତି ଆରମ୍ଭ

Odisha

କଡ଼ାସୁରକ୍ଷା ମଧ୍ୟରେ ମା' ମଝିଘରିଆଣି ମା'ଙ୍କ ଦାନ ହୁଣ୍ଡି ଗଣତି ଆରମ୍ଭ

Ritu Das
Browse all articles by Ritu Das
·2 years ago·1 min read
କଡ଼ାସୁରକ୍ଷା ମଧ୍ୟରେ ମା' ମଝିଘରିଆଣି ମା'ଙ୍କ ଦାନ ହୁଣ୍ଡି ଗଣତି ଆରମ୍ଭ

ଅର୍ଗସ ବ୍ୟୁରୋ: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାୟଗଡ଼ା ଅଧିଷ୍ଠାତ୍ରୀ ମା ମଝିଘରିଆଣୀ ମନ୍ଦିର ଦାନ ହୁଣ୍ଡି ଖୋଲା ଯାଇ ଗଣତି ଆରମ୍ଭ ହୋଇଛି। ସ୍ଥାନୀୟ ତହସିଲଦାରଙ୍କ ତତ୍ତ୍ବାବଧାନରେ ପୋଲିସର କଡା ସୁରକ୍ଷାବଳୟ ମଧ୍ୟରେ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ରାଇ ସିଂ ବିଡ଼ିକା, ସଦସ୍ୟ ଓ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଦାନ ହୁଣ୍ଡି ଖୋଲାଯାଇ ଗଣତି ଚାଲିଛି। 

୯ ଟି ହୁଣ୍ଡିର ଦାନ ଅର୍ଥ ଗଣତି କର୍ଯ୍ୟରେ ମହିଳା ସେଚ୍ଛାସେବୀ ସଂଗଠନର ସଦସ୍ୟ ଓ କିଛି ଛାତ୍ରଛାତ୍ରୀଙ୍କୁ ନିୟୋଜିତ କରାଯାଇଛି ଏଥିରେ ପ୍ରାୟ ୧୫୦ ଜଣ କର୍ମକର୍ତ୍ତା ଗଣତି ପକ୍ରିୟାରେ ନିୟୋଜିତ ହୋଇଛନ୍ତି। 

ଗତ ୩ ମାସ ତଳେ ଅର୍ଥାତ ୨୦୨୩ ମସିହା ସେପ୍ଟେମ୍ବର ୨୭ ତାରିଖରେ ଦାନ ହୁଣ୍ଡିରୁ ୬୮ ଲକ୍ଷ ୭୪ ହଜାର ୧୪୦ ଟଙ୍କା, ୫୩ ଗ୍ରାମ ସୁନା ଓ ୧ କେଜି ୭୯୭ ଗ୍ରାମ ରୂପା ସହ ୭ ଟି ବିଦେଶୀ ମୁଦ୍ରା ମଧ୍ୟ ସଂଗ୍ରହ ହୋଇ ଥିଲା। କିନ୍ତୁ ଏଥର ୬ ମାସ ପରେ ମାନଙ୍କ ଦାନ ୯ଟି ହୁଣ୍ଡି ପର୍ଯ୍ୟାୟ କ୍ରମେ ଖୋଲା ଚାଲିଛି। ଚଳିତ ଥର ଅପେକ୍ଷା ଏଥର ଅଧିକ ଅର୍ଥରାଶି ମିଳିବା ନେଇ କମିଟି ଆଶାରଖିଛି। ମା'ଙ୍କର ଏହି ଦାନ ହୁଣ୍ଡି ଅର୍ଥ ମନ୍ଦିର ପରିଚାଳନା ସହିତ କାର୍ଯ୍ୟରତ କର୍ମଚାରୀ ଏବଂ ମନ୍ଦିରର ଉନ୍ନତିକରଣ ନିମନ୍ତେ ଖର୍ଚ୍ଚ ହେବାନେଇ କହିଛନ୍ତି କମିଟିର ଅଧ୍ୟକ୍ଷ ରାଇସିଙ୍ଗ ବିଡିକା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Painting
Sponsored
Amidst tight security | Argus News