Videos
|
Odisha

ମୈଦାନରେ ଶାହ, ୨୪ ପାଇଁ ବିଜେପିର ବଡ ମିଶନ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ମୈଦାନରେ ଶାହ, ୨୪ ପାଇଁ ବିଜେପିର ବଡ ମିଶନ

ଅର୍ଗସ ବ୍ୟୁରୋ:  ଓଡିଶାରେ ପହଞ୍ଚିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ରାଜ୍ୟ ବିଜେପି ଶିବିରରେ ଭରପୂର ଉତ୍ସାହ ଦେଖିବାକୁ ମିଳିଛି । ଶାହ ସୋନପୁରରେ ଫୁଙ୍କିବେ ନିର୍ବାଚନୀ ବିଗୁଲ । ଝାରସୁଗୁଡ଼ା ଏୟାରପୋର୍ଟରେ ଲ୍ୟାଣ୍ଡ କରିବା ପରେ ହେଲକପ୍ଟର ସାହାଯ୍ୟରେ ସୋନପୁରରେ ଲ୍ୟାଣ୍ଡ କରିବେ ଶାହ । ପରେ ହେଲିପ୍ୟାଡ୍ ପଡ଼ିଆରୁ ରାମେଶ୍ବର ପଡ଼ିଆ ଅଭିମୁଖେ ବାହାରିବେ । ସଭାସ୍ଥଳରେ ପହଞ୍ଚିବା ସହ ସାଧାରଣ ସଭାରେ ଉଦବୋଧନ ରଖିବେ ବିଜେପିର ଚାଣକ୍ୟ  । ପରେ ସୋନପୁର ହେଲିପ୍ୟାଡକୁ ପ୍ରତ୍ୟାବର୍ତ୍ତନ କରି ଝାରସୁଗୁଡ଼ା ବିମାନ ବନ୍ଦର ଅଭିମୁଖେ ଯିବେ । ସଂଧ୍ୟାରେ ଝାରସୁଗୁଡ଼ା ବିମାନବନ୍ଦରରୁ ବାହାରି ଭୁବନେଶ୍ବରରେ ପହଞ୍ଚିବେ । ହୋଟେଲରେ ପହଞ୍ଚିବା ସହ ଦଳୀୟ କର୍ମୀଙ୍କ ସହ ମନ୍ଥନ କରିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନରେ ସୋନପୁର ରାମେଶ୍ବରମ୍ ଷ୍ଟାଡିୟମରେ ନିର୍ବାଚନ ସଭା ହେବାର କାର୍ଯ୍ୟକ୍ରମ ରହିଛି । ପୂର୍ବରୁ ଶାହ ନବୀନଙ୍କ ସହ ଆମ୍ନା ସାମ୍ନା ଲଢେଇର ଆହ୍ବାନ ଦେଇଥିଲେ ।

ପଶ୍ଚିମ ଓଡିଶା ଯେଉଁ ସଂସଦୀୟ କ୍ଷେତ୍ର ବଲାଙ୍ଗୀରର ଗୋଟିଏ ଆସନରୁ  ଲଢିବା ପାଇଁ ବାଛିଛନ୍ତି ବିଜେଡି ସୁପ୍ରିମୋ, ସେହି ସଂସଦୀୟ କ୍ଷେତ୍ରରୁ ବଡ଼ ରଣ ହୁଙ୍କାର ଦେବେ ଶାହା। ଏହାକୁ ନେଇ ବିଜେପି କ୍ୟାମ୍ପରେ ପ୍ରବଳ ଉତ୍ସାହ। ସୋନପୁରରେ ବିଶାଳ ଜନସଭାକୁ ସମ୍ବୋଧନ କରିବା ପରେ ଭୁବନେଶ୍ଵର  ଆସି ଦଳର ରାଜ୍ୟ ନେତୃତ୍ବଙ୍କ ସହ ଶାହ କରିବେ ଗୁରୁତ୍ବପୂର୍ଣ୍ଣ ଆଲୋଚନା । 24 ଲଢେଇ ପାଇଁ ପ୍ରସ୍ତୁତ ହେବ ରଣନୀତି ଓ ବ୍ଲୁ ପ୍ରିଣ୍ଟ ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

amit shah in odisha jharsuguda | Argus News