Amit Shah Odisha Visit / ବରଗଡ଼କୁ ବଡ଼ ଉପହାର, ମେଗା ଇଥାନଲ୍ ପ୍ଲାଣ୍ଟ ଲୋକାର୍ପଣ କରିବେ ଅମିତ ଶାହ
·2 hours ago·2 min read

Key Points
ବିକାଶର ଆଉଏକ ଫର୍ଦ୍ଦ ଯୋଡ଼ିବ ଓଡ଼ିଶାର ଭାତହାଣ୍ଡି ବରଗଡ଼ ଜିଲ୍ଲା
ଜୁଲାଇ ୪ ତାରିଖରେ ଇଥାନଲ ପ୍ଲାଣ୍ଟର ଉଦଘାଟନ କରିବେ କେନ୍ଦ୍ର ଗୃହମନ୍ତ୍ରୀ
୧,୭୫୦ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆଗାମୀ ଜୁଲାଇ ୩ ତାରିଖ ବିଳମ୍ବିତ ରାତିରେ ଓଡ଼ିଶାରେ ପହଞ୍ଚିବେ ଅମିତ ଶାହ । ଜୁଲାଇ ୪ ତାରିଖରେ ବରଗଡ଼ ଜିଲ୍ଲା ବଉଳସିଂହାରେ BPCLର ଇଥାନଲ ପ୍ଲାଣ୍ଟର ଉଦଘାଟନ କରିବେ କେନ୍ଦ୍ର ଗୃହମନ୍ତ୍ରୀ । ୧,୭୫୦ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ୪ ଓ ୫ ତାରିଖ ଦୁଇଦିନ ଧରି ପଶ୍ଚିମ ଓଡ଼ିଶା ସମେତ ବଡ଼ମ୍ବାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗଦେବେ । ସମ୍ବଲପୁର ଗ୍ରେଟର ରିଂ-ରୋଡର ସୌନ୍ଦର୍ଯ୍ୟକରଣ ଓ ସମ୍ପ୍ରସାରଣ କାର୍ଯ୍ୟର ଶୁଭ ଦେବେ ଗୃହମନ୍ତ୍ରୀ । ଏଥିସହ କେନ୍ଦ୍ର ସରକାରଙ୍କ ୧୨ ବର୍ଷ ଓ ରାଜ୍ୟର ବିଜେପି ସରକାରଙ୍କ ସଫଳତା ବାବଦରେ ଆୟୋଜିତ ସାଧାରଣ ସଭାରେ ଯୋଗଦେବେ ।
ଉଦ୍ଘାଟନ ହେବ ବରଗଡ଼ର ବହୁପ୍ରତୀକ୍ଷିତ ମେଗା ଇଥାନଲ୍ ପ୍ଲାଣ୍ଟ । ଜୁଲାଇ ୪ ତାରିଖରେ ବରଗଡ଼ ମାଟିରେ ପାଦ ଥାପିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଶିଳାନ୍ୟାସ ହୋଇଥିବା ପ୍ରାୟ ୧,୭୫୦ କୋଟି ଟଙ୍କାର ଏହି ଭବ୍ୟ ପ୍ରକଳ୍ପକୁ ଲୋକାର୍ପଣ କରିବେ କେନ୍ଦ୍ର ଗୃହମନ୍ତ୍ରୀ । ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ଅଞ୍ଚଳର ବେକାରୀ ସମସ୍ୟା ଦୂର ହେବା ସହ ସ୍ଥାନୀୟ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତିର ବଡ଼ ସୁଯୋଗ ସୃଷ୍ଟି ହେବ ।
ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ କହିଛନ୍ତି, ଆଗାମୀ ୪ ତାରିଖରେ ଗୃହମନ୍ତ୍ରୀ ଝାରସୁଗୁଡ଼ା ବିମାନବନ୍ଦରରେ ଓହ୍ଲାଇବା ପରେ ସେଠାରୁ ସିଧାସଳଖ ବରଗଡ଼ର ବଉଳସିଂହା ଆସି ଇଥାନଲ୍ ପ୍ଲାଣ୍ଟର ଲୋକାର୍ପଣ ଉତ୍ସବରେ ସାମିଲ ହେବେ । ଏହାପରେ ସେ ଏକ ବିଶାଳ ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।
BPCL ପକ୍ଷରୁ ପ୍ରତିଷ୍ଠା ହୋଇଥିବା ଏହି ଫାଷ୍ଟ ଜେନେରେସନ୍ ଓ ସେକେଣ୍ଡ ଜେନେରେସନ୍ ବାୟୋ-ଇଥାନଲ ରିଫାଇନାରି ପ୍ଲାଣ୍ଟ କେବଳ ଶିଳ୍ପାୟନ ନୁହେଁ, ବରଗଡ଼ର ଚାଷୀଙ୍କ ପାଇଁ ଏକ ବରଦାନ ସଦୃଶ ହେବ । ଚାଷୀମାନେ ଏବେ ଧାନ ଚାଷ ପରେ ବଳକା ନଡ଼ା ଓ ନଷ୍ଟ ହେଉଥିବା ଶସ୍ୟକୁ ଏହି ପ୍ଲାଣ୍ଟରେ ବିକ୍ରି କରି ବେଶ୍ ଲାଭବାନ ହୋଇପାରିବେ । ଯାହାକୁ ନେଇ ଚାଷୀକୂଳ ସହ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।
କେନ୍ଦ୍ର ଗୃହମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ନେଇ ତୃଣମୂଳ ସ୍ତରରୁ ଜୋରଦାର ପ୍ରସ୍ତୁତି ଚାଲିଛି । ୪ ଓ ୫ ତାରିଖ ଦୁଇଦିନ ଧରି ପଶ୍ଚିମ ଓଡ଼ିଶା ସମେତ ବଡ଼ମ୍ବାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗଦେବେ । ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର କହିଛନ୍ତି ଯେ, ସମ୍ବଲପୁରର ଗ୍ରେଟର ରିଂ-ରୋଡର ସୌନ୍ଦର୍ଯ୍ୟକରଣ ଓ ସମ୍ପ୍ରସାରଣ କାର୍ଯ୍ୟର ଶୁଭ ଦେବେ ଗୃହମନ୍ତ୍ରୀ । ଏଥିସହ କେନ୍ଦ୍ର ସରକାରଙ୍କ ୧୨ ବର୍ଷ ଓ ରାଜ୍ୟର ବିଜେପି ସରକାରଙ୍କ ସଫଳତା ବାବଦରେ ଆୟୋଜିତ ସାଧାରଣସଭାରେ ସେ ଯୋଗଦେବେ ।
କେନ୍ଦ୍ର ଗୃହମନ୍ତ୍ରୀଙ୍କ ଗସ୍ତକୁ ନେଇ ଏବେ ରାଜ୍ୟ ରାଜନୀତିରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ବିଶେଷ କରି ପଶ୍ଚିମ ଓଡ଼ିଶାର ବିକାଶ ଓ ସଂଗଠନ ପାଇଁ ଏହି ଗସ୍ତ ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories