Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆସନ୍ତା ଜୁଲାଇ ୪ରେ ଗୃହ ମନ୍ତ୍ରୀ, ୯ରେ ଆସିବେ ଉପରାଷ୍ଟ୍ରପତି

Odisha

Amit Shah Odisha Visit / ଆସନ୍ତା ଜୁଲାଇ ୪ରେ ଗୃହ ମନ୍ତ୍ରୀ, ୯ରେ ଆସିବେ ଉପରାଷ୍ଟ୍ରପତି

Bikash Mohanty
Browse all articles by Bikash Mohanty
·1 hour ago·3 min read
ଆସନ୍ତା ଜୁଲାଇ ୪ରେ ଗୃହ ମନ୍ତ୍ରୀ, ୯ରେ ଆସିବେ ଉପରାଷ୍ଟ୍ରପତି
Home Minister

Key Points

ଜୁଲାଇ ୯ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି ସି.ପି ରାଧାକ୍ରିଷ୍ଣନ
ଭୁବନେଶ୍ୱରରେ ଅନୁଷ୍ଠିତ OUAT କାର୍ଯ୍ୟକ୍ରମରେ ହେବେ ସାମିଲ
୪ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା
ଏକାଧିକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ କେନ୍ଦ୍ର ଗୃହମନ୍ତ୍ରୀ
ଶାହ ସମବାୟ ବିଭାଗର କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ ସୂଚନା
ଭୁବନେଶ୍ବର,୨୪/୦୬: ଆସନ୍ତା ଜୁଲାଇ ୯ ତାରିଖରେ ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି ସି. ପି. ରାଧାକ୍ରିଷ୍ଣନ । ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରସ୍ଥିତ ଓୟୁଏଟିର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହି ହାଇ-ପ୍ରୋଫାଇଲ୍ ଗସ୍ତର ପ୍ରସ୍ତୁତି ନେଇ ମୁଖ୍ୟ ଶାସନ ସଚିବ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିଛନ୍ତି । ପୂର୍ବରୁ ଗତ ଜାନୁଆରୀ ୨୩ ତାରିଖରେ ସୁଭାଷ ବୋଷଙ୍କ ଜନ୍ମ ଜୟନ୍ତୀରେ ଯୋଗ ଦେବା ପାଇଁ ସେ ଓଡ଼ିଶା ଆସିଥିଲେ । ତେବେ ଚଳିତ ବର୍ଷ ଜୁଲାଇ ୯ରେ ଏହା ତାଙ୍କର ଦ୍ୱିତୀୟ ଓଡ଼ିଶା ଗସ୍ତ ହେବାକୁ ଯାଉଛି । ସେପଟେ ଉପରାଷ୍ଟ୍ରପତିଙ୍କ ପୂର୍ବରୁ ଜୁଲାଇ  ୪ ତାରିଖରେ ଓଡିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏକାଧିକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ । ସେନେଇ ସରକାରୀ ସ୍ତରରେ ଆରମ୍ଭ ହୋଇଛି ପ୍ରସ୍ତୁତି। ସମବାୟ ବିଭାଗର କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ ସୂଚନା ରହିଛି । ଅମିତ୍ ଶାହଙ୍କ ଗସ୍ତ ନେଇ ସରକାରୀ ସ୍ତରରେ ଆରମ୍ଭ ହୋଇଛି ପ୍ରସ୍ତୁତି. ରାଜସ୍ବ ମନ୍ତ୍ରୀ କହିଛନ୍ତି କାର୍ଯ୍ୟକ୍ରମ ଏକ ପ୍ରକାର ଚୂଡାନ୍ତ ହୋଇଛି. କିନ୍ତୁ କେତୋଟି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ ଚୂଡାନ୍ତ ହୋଇନାହିଁ ।

ମିଳିଥିବା ସୂଚନା ଅନୁଯାୟୀ, ଜୁଲାଇ ୯ରେ ଓୟୁଏଟିରେ ଅନୁଷ୍ଠିତ ହେବାକୁ ‘ଗଭୀର ସମୁଦ୍ର ଅଞ୍ଚଳରେ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ’ ପାଇଁ ଲେଟର ଅଫ୍ ଅଥରାଇଜେସନ୍ (ପ୍ରାଧିକୃତ ଅନୁମତି ପତ୍ର)ର ଜାତୀୟ ଶୁଭାରମ୍ଭ କାର୍ଯ୍ୟକ୍ରମକୁ ଉପରାଷ୍ଟ୍ରପତି ରାଧାକ୍ରିଷ୍ଣନ ଉଦ୍‌ଘାଟନ କରିବେ। ଏଥିପାଇଁ ଦିନିକିଆ ଓଡ଼ିଶା ଗସ୍ତରେ ଉପରାଷ୍ଟ୍ରପତି ଆସିବେ। ଏହି ଲେଟର ଅଫ୍ ଅଥରାଇଜେସନ୍ ଯୋଗ୍ୟ ଭାରତୀୟ ପତାକାଧାରୀ ମାଛଧରା ଜାହାଜଗୁଡ଼ିକୁ ଜାତୀୟ ଓ ଅନ୍ତର୍ଜାତୀୟ ନିୟମାବଳୀ ଅନୁସାରେ ଗଭୀର ସମୁଦ୍ରରେ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ କରିବା ପାଇଁ ଅନୁମତି ପ୍ରଦାନ କରିବା ସହ ମତ୍ସ୍ୟଜୀବୀମାନଙ୍କର ଆର୍ଥିକ ବିକାଶରେ ସହାୟକ ହେବ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଏକାଧିକ କେନ୍ଦ୍ର ମନ୍ତ୍ରୀ, ବିଭିନ୍ନ ରାଜ୍ୟର ପ୍ରତିନିଧି, ଜାତୀୟ ମତ୍ସ୍ୟ ସଂସ୍ଥାଗୁଡ଼ିକର ଅଧିକାରୀ ଏବଂ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରୁ ମତ୍ସ୍ୟଜୀବୀ, ମତ୍ସ୍ୟଚାଷ କ୍ଷେତ୍ରରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଆଦି ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମରେ ପ୍ରାୟ୧୦୦୦ ଜଣ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।

ପଢନ୍ତୁ ଏହି ଖବର: ବିଜେଡି ଭୋଗିବ କି ଟିଏମ୍‌ସି, ଶିବସେନା ଦଶା ? ପ୍ରଦୀପଙ୍କ ପରେ ମନମୋହନଙ୍କ ବଡ଼ ଇଶାରା

ସେହିପରି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଜୁଲାଇ ୪ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀଙ୍କ ଏହି ଗସ୍ତ ନେଇ ଗତକାଲି ଆନୁଷ୍ଠାନିକ ସୂଚନା ଆସିଛି। ଗୃହ ମନ୍ତ୍ରୀ ଅମିତ ଶାହ ରାଜ୍ୟର ଏକାଧିକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ। ଏଥିପାଇଁ ବିଭିନ୍ନ ପ୍ରକଳ୍ପର ତାଲିକା ପ୍ରସ୍ତୁତ କରାଯାଉଛି, ଏହାକୁ ଖୁବ୍‌ଶୀଘ୍ର ଗୃହ ମନ୍ତ୍ରାଳୟର ଅନୁମୋଦନ ପାଇଁ ପଠାଯିବ।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅମିତ ଶାହ ତାଙ୍କର ଦିନିକିଆ ଗସ୍ତ ଅବସରରେ ବଡ଼ମ୍ବା ଚିନିକଳ ସମେତ ବଲାଙ୍ଗୀର ଓ ନୟାଗଡ଼ ଚିନି କଳର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ପାଇଁ ଶିଳାନ୍ୟାସ କରିବେ। ଏହାସହ ଭୁବନେଶ୍ୱରରେ ତ୍ରିଭୁବନ ସମବାୟ ବିଶ୍ୱବିଦ୍ୟାଳୟର ଏକ ସ୍କୁଲ ପ୍ରତିଷ୍ଠାର ଭିତ୍ତିପ୍ରସ୍ତର କରିବେ। ହୀରାକୁଦରେ ୧୦୦କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ପୂର୍ବ ଭାରତର ପ୍ରଥମ ସମନ୍ୱିତ ଆକ୍ୱା ପାର୍କ, ବାଲେଶ୍ୱରର ବସ୍ତାଠାରେ ୭୮କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଅତ୍ୟାଧୁନିକ ମତ୍ସ୍ୟ ବଜାର ଓ ଭୁବନେଶ୍ୱରର ପାଣ୍ଡରାଠାରେ ୫୯କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ମତ୍ସ୍ୟ ବଜାରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହାସହିତ ରାଷ୍ଟ୍ରପତିଙ୍କ ଦ୍ୱାରା ଓଡ଼ିଶା ପୁଲିସକୁ ପ୍ରଦତ୍ତ ପୁଲିସ କଲର ଆୱାର୍ଡ ‘ପତାକା’କୁ ଆନୁଷ୍ଠାନିକ ଭାବେ ସାମିଲ ପାଇଁ ଏକ ଭବ୍ୟ ପରେଡ୍ କାର୍ଯ୍ୟକ୍ରମରେ ଯୋଗଦେବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored