BJD May Split Soon / ବିଜେଡି ଭୋଗିବ କି ଟିଏମ୍ସି, ଶିବସେନା ଦଶା ? ପ୍ରଦୀପଙ୍କ ପରେ ମନମୋହନଙ୍କ ବଡ଼ ଇଶାରା
·1 day ago·2 min read

Key Points
ପଶ୍ଚିମବଙ୍ଗ ପରେ ମହାରାଷ୍ଟ୍ର । ଦଳରୁ ଅଲଗା ହେଉଛନ୍ତି ନିର୍ବାଚିତ ନେତା । ବଙ୍ଗରେ ଦିଦିଙ୍କ କ୍ଷମତା ଯିବା ପରେ ଟିଏମ୍ସି ୩ ଭାଗ ହୋଇଛି । ଏବେ ଚର୍ଚ୍ଚା... ଓଡ଼ିଶାରେ ବିଜେଡି ବି ହୋଇ ଯାଇପାରେ ଭାଗ ଭାଗ । ଯାହାକୁ ବଳ ଦେଇଛି ବିଜେପି ସାଂସଦଙ୍କ ବୟାନ ।
ଭୁବନେଶ୍ଵର: ଟିଏମ୍ସି, ଶିବସେନା ଭଳି ଦଶା ଭୋଗିବ ବିଜେଡି । ଭାଗ ଭାଗ ହୋଇଯିବ ବିଜୁ ଜନତା ଦଳ (BJD) । ପଶ୍ଚିମବଙ୍ଗରେ ଟିଏମ୍ସି ୩ ଗୋଷ୍ଠୀରେ ବିଭକ୍ତ ହୋଇଥିବା ବେଳେ ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ଶିବସେନା ଦୁଇ ଭାଗ ହୋଇ ଯାଇଛି । ଏବେ ଓଡ଼ିଶାରେ ବିଜେଡିର ସେହି ଅବସ୍ଥା ହେବାକୁ ଯାଉଛି ବୋଲି କହିଛନ୍ତି ବିଜେପି ସାଂସଦ ପ୍ରଦୀପ ପୁରୋହିତ ।
ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ କହିଛନ୍ତି, "ନବୀନ କ୍ଷମତାରୁ ଯିବା ପରେ ତାଙ୍କ ନେତୃତ୍ଵରେ ନେତା ସୁରକ୍ଷିତ ନାହାନ୍ତି । ବିଜେଡି ବିଧାୟକଙ୍କ ଏକ ବଡ଼ ଗୋଷ୍ଠୀ ବିଜେପି ନେତୃତ୍ଵଙ୍କ ସହ ଆଲୋଚନା କରୁଛନ୍ତି । ସେମାନେ ନବୀନଙ୍କ ନେତୃତ୍ଵରେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି ।"
ଏଥିସହ ପଢ଼ନ୍ତୁ: TMCର ବିଦ୍ରୋହୀ ବିଧାୟକଙ୍କ ବଡ଼ ନିଷ୍ପତ୍ତି; ଦଳ ମୁଖ୍ୟ ପଦରୁ ମମତାଙ୍କୁ କରିଦେଲେ ବିଦା...
ନିଜର ରାଜନୈତିକ ଭବିଷ୍ୟତକୁ ସୁରକ୍ଷିତ କରିବାକୁ ସେମାନେ ବିଜେପିରେ ମିଶି ପାରନ୍ତି । କିମ୍ବା ଟିଏମ୍ସି ଭଳି ବିଜେଡି ଆଉ ଏକ ଗୋଷ୍ଠୀରେ ବିଭକ୍ତ ହୋଇ ସେମାନେ NDAକୁ ସମର୍ଥନ କରିପାରନ୍ତି ବୋଲି କହିଛନ୍ତି ପ୍ରଦୀପ ପୁରୋହିତ ।
ବହିଷ୍କୃତ ଓ ନିଲମ୍ବିତ ବିଧାୟକଙ୍କୁ ବାଦ୍ ଦେଲେ ବିଜେଡି ପାଖରେ ଏବେ ୪୨ ବିଧାୟକ ଅଛନ୍ତି । ସେଥିରୁ ହାତଗଣତି ୪ରୁ ୫ ଜଣଙ୍କୁ ଛାଡ଼ିଦେଲେ ବାକି ସମସ୍ତେ ବିଜେଡିରୁ ଅଲଗା ହେବେ ନଚେତ୍ ବିଜେପିରେ ମିଶିଯିବେ । ଏନେଇ ଆଲୋଚନା, ବିଚାର ବିମର୍ଷ ଚାଲିଥିବା କହିଛନ୍ତି ବିଜେପି ସାଂସଦ ।
ବିଜେଡି ତିଷ୍ଠିବ କି ନାହିଁ ତାକୁ ନେଇ ଦଳରେ ନେତା ସନ୍ଦେହରେ ଅଛନ୍ତି । ତେଣୁ ବିଜେଡିର ଅନ୍ତଃକନ୍ଦଳ ଲାଗି ରହିଛି । ବିଜୁ ଜନତା ଦଳର ନେତା ସେଠାରେ ନିଜକୁ ସୁରକ୍ଷିତ ମନେ ନ କରି ବିଜେପିକୁ ଆସିବାକୁ ଚାହୁଁଥିବା କହିଛନ୍ତି ସାଂସଦ ପ୍ରଦୀପ ପୁରୋହିତ ।
ଏଥିସହ ପଢ଼ନ୍ତୁ: ସିନ୍ଦେ ଗୋଷ୍ଠୀରେ ସାମିଲ ହେଲେ ଠାକରେ ଗୋଷ୍ଠୀର ୬ ସାଂସଦ
ରାଜ୍ୟ ବିଜେପି ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ କହିଛନ୍ତି, "ସବୁ ରାଜ୍ୟରେ ସ୍ଥିତି ଭିନ୍ନ ଭିନ୍ନ । ରାଜନୈତିକ ସ୍ଥିତି ଦେଖି ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ । ଏବେ ସୁଦ୍ଧା ଆମେ ନୀତିଗତ ନିଷ୍ପତ୍ତି ନେଇ ନାହୁଁ । ବିଜେଡି, କଂଗ୍ରେସ ସମସ୍ତେ ଯୋଗାଯୋଗରେ ଅଛନ୍ତି ।" ଆମ ଦ୍ଵାର ସମସ୍ତଙ୍କ ପାଇଁ ଖୋଲା ଅଛି କହି ଇଙ୍ଗିତ କରିଛନ୍ତି ମନମୋହନ ସାମଲ ।
ପଶ୍ଚିମବଙ୍ଗ ନିର୍ବାଚନରେ ମମତାଙ୍କ ଟିଏମ୍ସି ହାରିବା ପରେ ଦଳ ୩ ଭାଗରେ ବିଭକ୍ତ ହୋଇଛି । ଏପରିକି ଟିଏମ୍ସିରୁ ଅଲଗା ହୋଇଥିବା ଋତବ୍ରତ ବାନାର୍ଜୀଙ୍କ ଗୋଷ୍ଠୀ ମମତାଙ୍କୁ ଦଳର ଅଧ୍ୟକ୍ଷ ପଦରୁ ବିଦା କରିବା ସହ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି । ସେପଟେ ଉଦ୍ଧବଙ୍କ ଶିବସେନା ଛାଡ଼ି ୬ ସାଂସଦ ଏକନାଥ ସିନ୍ଦେଙ୍କ ଗୋଷ୍ଠୀରେ ମିଶିଛନ୍ତି । ପୂର୍ବରୁ ଶିବସେନାରେ ଫାଟ ସୃଷ୍ଟି କରି ଏକନାଥ ସିନ୍ଦେ ଅଲଗା ଗୋଷ୍ଠୀ ଗଢ଼ିଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories