Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସମ୍ବଲପୁରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

Banajyotshna Ray
Browse all articles by Banajyotshna Ray
·2 years ago
ସମ୍ବଲପୁରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଅର୍ଗସ ବ୍ୟୁରୋ: ଓଡିଶାରେ ପହଞ୍ଚିଲେ ଶାହ ।  ସମ୍ବଲପୁରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଓଡ଼ିଶା ଗସ୍ତ ବେଳେ ସମ୍ବଲପୁର, କେନ୍ଦୁଝର, ପରଜଙ୍ଗ ଓ ନୟାଗଡ଼ରେ ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ସମ୍ବଲପୁର ପରେ କେନ୍ଦୁଝର ଧରଣୀଧର ମେଡିକାଲ୍ କଲେଜ ସମ୍ମୁଖ ପଡିଆରେ ଆୟୋଜିତ ଏକ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।

ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ, ଏହି କାର୍ଯ୍ୟକ୍ରମରେ ସଦର ନିର୍ବାଚନ ମଣ୍ଡଳୀର ଲୋକମାନଙ୍କ ସହିତ, ଆଖପାଖ ଅଞ୍ଚଳର ପାଖାପାଖି ୫୦ହଜାର ଲୋକ ଯୋଗଦେବେ। ଏହାପରେ ପରଜଙ୍ଗ ନିର୍ବାଚନ ମଣ୍ଡଳୀ କଙ୍କଡାହାଡ଼ ବ୍ଲକର ବାଟ ଗାଁ ସ୍କୁଲ ପଡିଆରେ ଏକ ଜନସଭାକୁ ସମ୍ବୋଧିତ କରିବେ। ଶେଷରେ ନୟାଗଡ଼ରେ ସାଧାରଣସଭାରେ ଯୋଗ ଦେବେ ଶାହ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
amit Shah reached Odisha | Argus News