Videos
|
Odisha

Amit Shah Wish / ABVPର ବିଜୟ ନେଇ ଅମିତ ଶାହଙ୍କ ପୋଷ୍ଟ, ଦେଶ ବିରୋଧୀ ଶକ୍ତିମାନଙ୍କ ପାଇଁ ଏକ କଡ଼ା ଜବାବ

Bikash Mohanty
Browse all articles by Bikash Mohanty
·3 hours ago·1 min read
ABVPର ବିଜୟ ନେଇ ଅମିତ ଶାହଙ୍କ ପୋଷ୍ଟ, ଦେଶ ବିରୋଧୀ ଶକ୍ତିମାନଙ୍କ ପାଇଁ ଏକ କଡ଼ା ଜବାବ
Amit SHAH

Key Points

ABVPର ବିଜୟ ନେଇ ଅମିତ ଶାହଙ୍କ ପୋଷ୍ଟ
ଦେଶବିରୋଧୀ ଶକ୍ତିମାନଙ୍କ ପାଇଁ ଏକ କଡ଼ା ଜବାବ
ଛାତ୍ର ସଂସଦ ନିର୍ବାଚନରେ ବାଜିମାତ କରିଛି ABVP
ଭୁବନେଶ୍ବର,୧୭/୧୦: ଛାତ୍ର ସଂସଦ ନିର୍ବାଚନରେ ବାଜିମାତ କରିଛି ABVP (ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ । ଛାତ୍ର ସଂସଦ ନିର୍ବାଚନ ABVPର ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

ସୋସିଆଲ ମିଡିଆରେ ପୋଷ୍ଟ କରି ଅମିତ ଶାହା କହିଛନ୍ତି ଯେ, ଛାତ୍ର ସଂସଦ ଫଳାଫଳ ଦେଶବିରୋଧୀ ଶକ୍ତିମାନଙ୍କ ପାଇଁ ଏକ କଡ଼ା ଜବାବ । ଓଡ଼ିଶାର ଛାତ୍ରସଂସଦ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିବା ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ଶାହା।

ପଢନ୍ତୁ ଏହି ଖବର: ଏଥର ଜଳିବ ୩୦ ଫୁଟ୍‌ର କକ୍ରୋଚ୍, ଜାଣନ୍ତୁ କାହିଁକି

ପ୍ରଥମେ ପଞ୍ଜାବ ବିଶ୍ୱବିଦ୍ୟାଳୟ, ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏବଂ ଏବେ ଓଡ଼ିଶାର ୧୩ଟି ବିଶ୍ୱବିଦ୍ୟାଳୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଏହି ବିଜୟ ସ୍ପଷ୍ଟ ବାର୍ତ୍ତା ଦେଉଛି ଯେ, ଦେଶର ଯୁବଶକ୍ତି ମିଥ୍ୟା, ଭ୍ରମ ଓ ବିଶୃଙ୍ଖଳା ସୃଷ୍ଟି କରୁଥିବା ଶକ୍ତିମାନଙ୍କ ସହ ନୁହେଁ, ବରଂ ‘ରାଷ୍ଟ୍ର ପ୍ରଥମ’ ବିଚାରଧାରା ସହ ଦୃଢ଼ତାର ସହ ଛିଡା ହୋଇଛନ୍ତି । ଏହି ଫଳାଫଳ ଦେଶବିରୋଧୀ ଶକ୍ତିମାନଙ୍କ ପାଇଁ ଏକ କଡ଼ା ଜବାବ ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: