Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Amit Shah Odisha Visit / ନବୀନଙ୍କ ଶାସନକୁ ଶାହଙ୍କ ଟାର୍ଗେଟ୍‌, ୨୦ ବର୍ଷର କ୍ଷତିକୁ ୫ ବର୍ଷରେ ପୂରଣ କରିବୁ

Santosh Kumar Sahoo
Browse all articles by Santosh Kumar Sahoo
·4 months ago·2 min read
ନବୀନଙ୍କ ଶାସନକୁ ଶାହଙ୍କ ଟାର୍ଗେଟ୍‌, ୨୦ ବର୍ଷର କ୍ଷତିକୁ ୫ ବର୍ଷରେ ପୂରଣ କରିବୁ
Amit Shah

Key Points

ନବୀନ ଓ ରାହୁଲଙ୍କୁ ଟାର୍ଗେଟ କଲେ ଅମିତ ଶାହ
ରାହୁଲଙ୍କ ୨୦ଟା ଲଞ୍ଚିଂ ଫେଲ୍, ୧୦୦ ପରେ ବି ହେବେନି ପାସ୍
ଦିଲ୍ଲୀର AI ସମ୍ମିଳନୀରେ କଂଗ୍ରେସର ପ୍ରତିବାଦକୁ ସମାଲୋଚନା
ରାହୁଲଙ୍କ ୨୦ଟା ଲଞ୍ଚିଂ ଫେଲ୍‌ । ଏହା ୧୦୦ ପର୍ଯ୍ୟନ୍ତ ଯାଇପାରେ । ଦିଲ୍ଲୀର ଏଆଇ ସମ୍ମିଳନୀରେ କଂଗ୍ରେସର ପ୍ରତିବାଦକୁ ସମାଲୋଚନା କରି ଏହା କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ସାରା ବିଶ୍ବର ନଜର ଭାରତ ଉପରେ ଥିଲା ବେଳେ ସେହି ସମୟରେ କଂଗ୍ରେସ କର୍ମୀ କପଡା ଖୋଲି ଭାରତକୁ ବଦନାମ କରିବା ପାଇଁ କୁତ୍ସିତ ପ୍ରୟାସ କଲେ । ଏହା ନିନ୍ଦନୀୟ ।

ସେହପିରି ନବୀନଙ୍କୁ ଶାସନକୁ ଟାର୍ଗେଟ କରି କେନ୍ଦ୍ର ଗୃହ ମନ୍ତ୍ରୀ କହିଛନ୍ତି, ୨ ଦଶନ୍ଦି ଧରି ଓଡ଼ିଶାର ବିକାଶ ଠପ ହୋଇଯାଇଥିଲା । ଏହି ୫ ବର୍ଷରେ ୨୦ ବର୍ଷର କ୍ଷତିକୁ ପୂରଣ କରିବୁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଶାହ । ଜନାଦେଶକୁ ଜନତାଙ୍କ ଦୁର୍ବଳତା ଭାବୁଥିଲେ ଏବେ ଏହା ଦୁର୍ବଳତା ନୁହେଁ ଆଶୀର୍ବାଦ ବୋଲି ସେ କହିଛନ୍ତି ।

ସେପଟେ ଦିନିକିଆ ଓଡ଼ିଶା ଗସ୍ତରେ ଆସି କେନ୍ଦ୍ର ଗୃହମନ୍ତ୍ରୀ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତମାମ ରାଜ୍ୟ ନେତୃତ୍ବ ବିମାନବନ୍ଦରରେ ଅମିତ ଶାହଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ । ଏକ ସ୍ବତନ୍ତ୍ର ବିମାନରେ ଦିଲ୍ଲୀରୁ ଆସି ପହଞ୍ଚିବା ପରେ ହେଲିକପ୍ଟର ଯୋଗେ କଟକ ମୁଣ୍ଡଳୀସ୍ଥିତ ଖାରବେଳ ଆଞ୍ଚଳିକ ପ୍ରଶିକ୍ଷଣ କେନ୍ଦ୍ରରେ ପହଞ୍ଚି CISFର ୫୭ ତମ ସ୍ଥାପନା ଦିବସରେ ଯୋଗ ଦେଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ।

ଶାହଙ୍କ ସମ୍ମୁଖରେ ସାମରିକ କଳା କୌଶଳ ପ୍ରଦର୍ଶନ କଲେ CISF ଯବାନ । ଆତଙ୍କବାଦୀଙ୍କ ଆକ୍ରମଣରୁ ଭିଭିଆଇପିଙ୍କୁ ରକ୍ଷା କରୁଥିବାର ଏକ ଡେମୋ ପ୍ରଦର୍ଶନ କରାଯାଇଥିଲା । ଆତଙ୍କବାଦୀଙ୍କ ଦ୍ଵାରା ହାଇଜ୍ୟାକ ହୋଇଥିବା ବିମାନକୁ ରକ୍ଷା କରିବା ସହ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ ବୀର ଯବାନ । ସିଆଇଏସଏଫର ୫୭ ତମ ସ୍ଥାପନା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ତାଙ୍କୁ ସ୍ବାଗତ କରିଥିଲେ ସିଆଇଏସଏଫ ଡିଜି । ଏହା ପରେ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ଅମିତ୍ ଶାହା । ପରେ ପରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ସିଆଇଏସଏଫ ଯବାନ ଓ ଅବସରପ୍ରାପ୍ତ ଯବାନଙ୍କୁ ପଦକ ପ୍ରଦାନ ସହ ପୁରସ୍କାର ଦେଇଥିଲେ । ସିଆଇଏସଏଫ ଯବାନଙ୍କ ବିଭିନ୍ନ ଟ୍ରୁପ ଠାରୁ ଅଭିବାଦନ ଗ୍ରହଣ କରିବା ସହ ଆରମ୍ଭ ହୋଇଥିଲା ପ୍ୟାରେଡ ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ମୋଦି ସରକାର ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ଦେଶକୁ ନକ୍ସଲବାଦ ମୁକ୍ତ କରିବାକୁ ସଂକଳ୍ପବଦ୍ଧ, ଏବଂ CISF ଏହି ପ୍ରୟାସରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଆମର ସୁରକ୍ଷା ବାହିନୀ ତିରୁପତିରୁ ପଶୁପତି ପର୍ଯ୍ୟନ୍ତ ଲାଲ୍‌ କରିଡରର ସ୍ୱପ୍ନ ଦେଖୁଥିବା ଲୋକଙ୍କୁ ସମ୍ପୂର୍ଣ୍ଣ ପରାସ୍ତ କରିବ ଏବଂ ସେମାନଙ୍କର ପ୍ରାଧାନ୍ୟ ସ୍ଥାପନ କରିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Amit Shah Targets Former Naveen Govt in Odisha, Says 20 Years’ Loss Will Be Recovered in 5 Years | Argus News