Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଉରକେଲାରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ହୁଙ୍କାର

Smruti Parija
Browse all articles by Smruti Parija
·2 years ago·2 min read
ରାଉରକେଲାରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ହୁଙ୍କାର

Key Points

  • ରାଉରକେଲାରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ହୁଙ୍କାର
  • `75ରୁ ଉର୍ଦ୍ଧ୍ବ ବିଧାନସଭା, 15ରୁ ଉର୍ଦ୍ଧ୍ବ ଲୋକସଭା ଆସନରେ ବାଜି ମାରିବ ବିଜେପି' 
  • ଓଡ଼ିଶାରେ ବିଜେପି ହେଭିଓ୍ବେଟଙ୍କ ଧୂଆଁଧାର ପ୍ରଚାର
  • ଭୁବନେଶ୍ବରରେ ଜେ.ପି ନଡ୍ଡାଙ୍କ ମେଗା ରୋଡ ସୋ
  • ବିଶ୍ବାସ ବଢ଼ାଇଲେ ଡ୍ରିମଗାର୍ଲ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ 
  • ପ୍ରଚାରରେ ଜୋଶ୍ ଭରିଲେ ଭଜନ ଲାଲ୍ ଶର୍ମା ଓ ହିମନ୍ତ ବିଶ୍ବଶର୍ମା 
  • ବିଜୟ ମନ୍ତ୍ର ଦେବାକୁ 20ରେ ପୁଣି ମୋଦି ଆସୁଛନ୍ତି ଓଡି଼ଶା

ଅର୍ଗସ ବ୍ୟୁରୋ: 75ରୁ ଅଧିକ ବିଧାନସଭା ଓ 15ରୁ ଅଧିକ ଲୋକସଭା ଆସନରେ ବାଜି ମାରିବ ବିଜେପି । ଉଡାଣ ଭରିବ ନୂଆ ଓଡିଶା । ରାଜ୍ୟରେ ବିକାଶର ନୂଆ ପରିଭାଷା ଲେଖିବ ବିଜେପି । ରାଉରକେଲା ବିଜୟ ସଂକଳ୍ପ ସମାବେଶରେ ଶାହଙ୍କ ଦୃଢୋକ୍ତି । 25 ବର୍ଷରେ 50 ବର୍ଷ ପଛକୁ ଓଡ଼ିଶାକୁ ଠେଲି ଦେଇଥିବା ବିଜେଡି ସରକାରର ଅନ୍ତ କରି ରାଜ୍ୟରେ ପଦ୍ମ ଫୁଟାଇବାକୁ ରାଉରକେଲାରୁ ହୁଙ୍କାର ଭରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । କେନ୍ଦ୍ରୀୟ ଯୋଜନାକୁ ଚକ୍ରାନ୍ତ କରି  ବିଜେଡି ସରକାର ହଡ଼ପ କରୁଥିବା ଅଭିଯୋଗ ସହ 24 ନିର୍ବାଚନରେ ବିଜେପିକୁ ଭୋଟ ଦେଇ ରାଜ୍ୟରେ ଡବଲ ଇଞ୍ଜିନ ସରକାର ବନାଇବାକୁ ରାଜ୍ୟବାସୀଙ୍କୁ ଆହ୍ବାନ ଶୁଣାଇଛନ୍ତି ଶାହ । ରାଜ୍ୟରେ 3 ଲକ୍ଷ ମହିଳା ବନିବେ ଲକ୍ଷପତି ଦିଦି, ଲାଗୁ ହେବ ଆୟୁଷ୍ମାନ ଯୋଜନା, ରାଜ୍ୟରେ ତ୍ବରାନ୍ବିତ ହେବ ବିକାଶର ଗତି ।

ରାଜ୍ୟରେ ସରକାର ଗଠନ ଲକ୍ଷ୍ୟରେ ଦିନ ରାତି ଏକ କରିଛି ବିଜେପି । ଓଡ଼ିଶା ନିର୍ବାଚନ ପ୍ରଚାର ମୈଦାନରେ ଜାରି ରହିଛି ଜଣେ ପରେ ଜଣେ କେନ୍ଦ୍ରୀୟ ନେତାଙ୍କ ମାରାଥନ ପ୍ରଚାର । ପଦମପୁର ଓ ସୁନ୍ଦରଗଡ଼ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଶାଳ ଜନସଭାରେ ଓଡ଼ିଶାରେ ସତ୍ତା ପରିବର୍ତ୍ତନର ଗ୍ୟାରେଣ୍ଟି ଦେଇ ଦଳୀୟ ନେତା ଓ କର୍ମୀଙ୍କ ଜୋଶ ବଢ଼ାଇଛନ୍ତି । ବିଜେପି ସାଂସଦ ହେମାମାଳିନୀ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ରାଜ୍ୟର ବିଭିନ୍ନ ସ୍ଥାନରେ ରୋଡ ଶୋ ଓ ସାଧାରଣ ସଭା କରି ଓଡ଼ିଶାବାସୀଙ୍କ ବିଶ୍ବାସ ବଢ଼ାଇବାରେ ସମର୍ଥ ହୋଇଛନ୍ତି । ଭୁବନେଶ୍ବର, କଟକ ଓ ପିପିଲିରେ ପ୍ରଚାର କରି  ଅବକୀ ବାର୍ ବାର 400 ପାର୍ ନାରା ଦେଇଛନ୍ତି ଡ୍ରିମଗାର୍ଲ ହେମାମାଳିନୀ ।  

ଦେଶରେ ଲୋକସଭା ନିର୍ବାଚନର 4ଟି ଓ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନରେ ବିଜେପିକୁ 217ରୁ ଅଧିକ ଆସନ ମିଳିବା ସହ ମ୍ୟାଜିକ ନମ୍ବର 4 ଶହ ଛୁଇଁବାକୁ ବିଜେପି ହେଉଥିବା ଦମ୍ଭୋକ୍ତି ଭରିଛନ୍ତି ଶାହ । ଓଡ଼ିଶା ସଂସ୍କୃତି-ଭାଷା-ସୀମା-ପରଂପରା ଓ ଅସ୍ମିତାର ସୁରକ୍ଷା ସଂକଳ୍ପ ସହ ଅପାରଗ ସରକାରକୁ ହଟାଇବାକୁ ବିଜେପି ହେଭିୱେଟ ଲୋଡ଼ିଛନ୍ତି ଜନତା ଜନାର୍ଦ୍ଦନଙ୍କ ଆଶୀର୍ବାଦ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ରାଜନୀତି ଖବର...

Sponsored
amit-shah-targets-odisha-govt | Argus News