Videos
|
Odisha

ଚାନ୍ଦବାଲି, କୋରେଇ ଏବଂ ନିମାପଡା ସଭାରେ ଯୋଗ ଦେବେ ଶାହ

Smruti Parija
Browse all articles by Smruti Parija
·2 years ago·1 min read
ଚାନ୍ଦବାଲି, କୋରେଇ ଏବଂ ନିମାପଡା ସଭାରେ ଯୋଗ ଦେବେ ଶାହ

ଅର୍ଗସ ବ୍ୟୁରୋ: ଓଡିଶାରେ ପହଞ୍ଚିଲେ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହ । ଭୁବନେଶ୍ୱର ବିମାନ ବନ୍ଦରରେ ଶାହଙ୍କୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇଛି । ଆଜି ୩ଟି ସ୍ଥାନରେ ପ୍ରଚାର କାର୍ଯ୍ୟକ୍ରମ ରହିଛି । ଚାନ୍ଦବାଲି, କୋରେଇ ଏବଂ ନିମାପଡାରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ଡବଲ ଇଞ୍ଜିନ ସରକାର ପାଇଁ ବିଜୟ ସଂକଳ୍ପ ସମାବେଶରେ ସାମିଲ ହେବେ ଶାହ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । 

ଅମିତ ଶାହଙ୍କ କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଜଗତସିଂହପୁର ଲୋକସଭା ଆସନର ସାଂସଦ ପ୍ରାର୍ଥୀ ବିଭୁ ତରାଇ, ନିମାପଡ଼ା ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡ଼ା, ବିଜେଡି ଛାଡି ବିଜେପିର ସାମିଲ ହୋଇଥିବା ସମୀର ରଞ୍ଜନ ଦାଶ, ଅନ୍ୟନେତାମାନେ ଯୋଗଦେବେ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମଧ୍ୟ ଓଡିଶା ଗସ୍ତରେ ଆସି ବାଲେଶ୍ୱର, ମୟୂରଭଞ୍ଜ ଏବଂ କେନ୍ଦ୍ରାପଡାରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି।

ଆହୁରି ପଢନ୍ତୁ ରାଜନୀତି ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
amit-shah-to-join-in-political-rallies-in-nimapada-korei-chandbali | Argus News