ସୋନପୁରରେ ବିଜେଡି ଶାସନ ବିରୋଧରେ ଶାହଙ୍କ ରଣ ହୁଙ୍କାର

- ସୋନପୁରରେ ବିଜେଡି ଶାସନ ବିରୋଧରେ ଶାହଙ୍କ ରଣ ହୁଙ୍କାର
- କହିଲେ ଓଡ଼ିଶାରୁ ଓପାଡି ଫିଙ୍ଗିଦିଅ ନବୀନ ସରକାର
- ଓଡ଼ିଶାରେ ଅଫିସରଙ୍କ ମାଧ୍ୟମରେ ଚାଲିଛି ଭୟଙ୍କର ଭ୍ରଷ୍ଟାଚାର
- ଓଡ଼ିଆ ଭାଷା, ସଂସ୍କୃତି, ଗୌରବକୁ ଦୂରେଇ ରଖିବାର ହୋଇଛି ପ୍ରୟାସ
- ଓଡ଼ିଶାରୁ ବିଜେପିକୁ 20 ଲୋକସଭା ଆସନ ଜିତାଇବାକୁ ଶାହଙ୍କ ଆହ୍ବାନ୍
- ମୋଦିଙ୍କ ନେତୃତ୍ବରେ ଡବଲ ଇଞ୍ଜିନ ସରକାର ପାଇଁ କଲେ ନିବେଦନ୍
ଅର୍ଗସ ବ୍ୟୁରୋ: ନା ପରୋକ୍ଷ ନା ଇସାରା ସିଧାସିଧା ନବୀନଙ୍କୁ ନିଶାନା। ସୋନପୁର ନିର୍ବାଚନ ସଭାରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ରଣ ହୁଙ୍କାର। ବିଜେଡି ସରକାରଙ୍କ ଉପରେ ଯୋରଦାର ପ୍ରହାର। ଓଡ଼ିଶାର ମୋଦିଙ୍କ ନେତୃତ୍ବରେ ଡବଲ ଇଞ୍ଜିନ ସରକାର ପାଇଁ ଆହ୍ୱାନ୍ ସହ ନବୀନ ସରକାରକୁ ଓଡ଼ିଶାରୁ ଓପାଡ଼ି ଫୋପାଡ଼ି ଦେବାକୁ ଦେଇଛନ୍ତି ସିଧାସିଧା ଆହ୍ୱାନ୍।ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ବିଜେଡି ସରକାରକୁ ଜୋରଦାର ହମଲା କରିଛନ୍ତି ଗୃହମନ୍ତ୍ରୀ। କହିଛନ୍ତି 25 ବର୍ଷର ବିଜେଡି ସରକାର ଓଡ଼ିଆ ଭାଷା, ସଂସ୍କୃତି, ଗୌରବକୁ ଦୂରେଇ ରଖିବାକୁ କରିଆସିଛି ପ୍ରୟାସ। ଏଥିସହ ରାଜ୍ୟରେ ଅଫିସର ରାଜ ମାଧ୍ୟମରେ କପରି ଚାଲିଛି ଭ୍ରଷ୍ଟାଚାର ସେ ନେଇ ଶାହ କରିଛନ୍ତି କଡ଼ା ପ୍ରହାର।
ଦାଦନ ପ୍ରସଙ୍ଗରେ ବି ନବୀନ ସରକାରକୁ ହମଲା କରିଛନ୍ତି ଶାହ। କହିଛନ୍ତି ସବୁଠୁ ଅଧିକ ଖଣିଜ ସମ୍ପଦ, ଜଳ ସମ୍ପଦ ଓଡ଼ିଶାରେ। ତଥାପି ଲକ୍ଷ ଲକ୍ଷ ଓଡ଼ିଆ ଶ୍ରମିକ କାମ ପାଇଁ ଯାଉଛନ୍ତି ବାହାର ରାଜ୍ୟକୁ। ନବୀନ ସରକାରକୁ ଓପାଡ଼ି ଓଡ଼ିଶାରେ ବିଜେପି ସରକାର ବନାନ୍ତୁ ଆଉ ଓଡ଼ିଆଙ୍କୁ ବାହାରକୁ କାମ କରିବାକୁ ଯିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଶାହ। ବିଜେଡି ସରକାର ଓଡ଼ିଶାର ଖଣିଜ ସମ୍ପଦର ଲୁଟ୍ କରୁଛି। ରାଜ୍ୟରେ ବିଜେପି ସରକାର ଆସିଲେ ଖଣି ପଇସାରେ ଆଦିବାସୀଙ୍କର କରିବ ବିକାଶ ହେବ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ।
ନବୀନ ସରକାର କିପିର ମୋଦି ସରକାରର ଯୋଜନାକୁ ହଡପ କରିବାକୁ ପ୍ରୟାସ କରିଛନ୍ତି ସେ ପ୍ରସଙ୍ଗ ମଧ୍ୟ ନିଜ ଭାଷଣରେ ଉଠାଇଥିଲେ ଅମିତ ଶାହ। କହିଲେ ମାଗଣା ଚାଉଳ ନେଇ ମିଛ କହୁଛି ନବୀନ ସରକାର। ପକ୍କା ଘର ମୋଦି ଦେଲେ ନବୀନ ନିଜ ଫଟୋ ଲଗାଇ ପ୍ରଚାର କଲେ। ଶାହ ଆହ୍ବାନ ଦେଇଛନ୍ତି ମୋଦିଜୀଙ୍କ ନେତୃତ୍ବରେ ରାଜ୍ୟରେ ସରକାର ବନାନ୍ତୁ ହରଘର ଜଲ ପହଞ୍ଚାଇବା ଦାୟିତ୍ବ ନେବେ ମୋଦିଜୀ। ଏଥିସହ ଆୟୁଷମାନ ଭାରତ ଯୋଜନା ପ୍ରସଙ୍ଗ ଉଠାଇ ବିଜେଡି ସରକାରକୁ ଯୋରଦାର ହମଲା କରିଛନ୍ତି ଶାହ। କହିଛନ୍ତି ନବୀନଙ୍କୁ ଡର ଆୟୁଷମାନ ଭାରତ ଯୋଜନା ଲାଗୁହେଲେ ମୋଦି ଓଡ଼ିଶାରେ ଲୋକପ୍ରିୟ ହୋଇଯିବେ। ରାଜ୍ୟରେ ବିଜେପି ସରକାର ବନାଇଦଅନ୍ତୁ 5 ଲକ୍ଷ ଟଙ୍କାର ଚିକିତ୍ସା ମିଳିବ ଓଡ଼ିଶାବାସୀଙ୍କୁ।
ସେହିପରି ଶାହା କହିଛନ୍ତି ଟୁରୁଜୁମ୍ ନାଁରେ ପୁରୀ ଗୌରବ ହ୍ରାସ ପାଇଁ କାମ କରିଛନ୍ତି ନବୀନ ସରକାର। ଓଡ଼ିଶାରେ ବିଜେପି ସରକାର ବନିଲେ ବାରଣାସୀ ପରି ପୁରୀର ମହିମା ମଣ୍ଡନ ସାରା ବିଶ୍ବରେ କରିବୁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ। ଓଡ଼ିଶାରୁ 20ରୁ ଅଧିକ ବିଜେପି ସାଂସଦଙ୍କୁ ଜିତାଇ ତୃତୀଥ ଥର ପାଇଁ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ସରକାର ବନାଇବାକୁ ଓଡ଼ିଶାବାସୀଙ୍କ ଆହ୍ୱାନ ଦେଇଛନ୍ତି ଶାହ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: