Videos
|
Odisha

ବିଦ୍ୟୁତ ସଂସ୍ପର୍ଶରେ ଆସି ଜଳିଗଲା ୧୮ ବଖରା ଘର

Ritu Das
Browse all articles by Ritu Das
·2 years ago·1 min read
ବିଦ୍ୟୁତ ସଂସ୍ପର୍ଶରେ ଆସି ଜଳିଗଲା ୧୮ ବଖରା ଘର

ଅର୍ଗସ ବ୍ୟୁରୋ: ଅଚାନକ ବିଦ୍ୟୁତ ସଟ୍ ସର୍କିଟ୍ ଦ୍ବାରା ନିଆଁ ଲାଗି ନିମିଷକ ଭିତରେ  ଭସ୍ମୀଭୂତ ହୋଇଗଲା ୧୮ ବଖରା ଛପର ଘର। ନିଜର ସମସ୍ତ ଜିନିଷ ପତ୍ର ଆୟତ୍ତ କରିବା ଆଗରୁ ଧାନ, ଚାଉଳ, ଆସବାବ ପତ୍ର ଏବଂ ସ୍ବୟଂ ସହାୟକ ଗୋଷ୍ଠୀରୁ ଆଣିଥିବା ୠଣ ଟଙ୍କା ନିଜ ଆଖି ଆଗରେ ହୁହୁ ହୋଇ ଜଳିଗଲା। ତେବେ ଖବରପାଇ ବଡସାହି ଅଗ୍ନିଶମ ବିଭାଗ,ବଡସାହି ପୋଲିସ, କୁଲଡିହା ରାଜସ୍ବ ନିରୀକ୍ଷକ ଏବଂ ବଡସାହି ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଦିର୍ଘ ୬ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ। 

ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କେନ୍ଦୁଡିହା ପଞ୍ଚାୟତର କୁଳିଅଣା ଗ୍ରାମର ବିନ୍ଧାଣୀସାହିରେ। ତେବେ ୨୪ ବର୍ଷର ବିଜେଡି ସରକାରଙ୍କ ଶାସନରେ ଏହି ଗରିବ ଲୋକମାନଙ୍କ ଦୁଃଖ କାହିଁକି ଦେଖାଗଲାନି। କଣ ପାଇଁ ପଞ୍ଚାୟତ ପ୍ରଶାସନ ଏହି ଲୋକମାନଙ୍କ ନାମରେ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଆସିଥିଲେ ମଧ୍ୟ ଘର ନିର୍ମାଣ କରିବାକୁ ଦେଉନାହାନ୍ତି। ତାହା ସାଧାରଣରେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। 

ତେବେ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଯୋଗୁ ଆଜି ଏହି ବିନ୍ଧାଣୀସାହିର ୧୮ ପରିବାର ଭୂମିହୀନ ଘରବାଡି ପଟ୍ଟା ପାଇଥିଲେ ମଧ୍ୟ ରାଜସ୍ବ ବିଭାଗ ଜାଗା ଚିହ୍ନଟ ଦେଇ ନ ଥିବାରୁ ଆବାସ ଯୋଜନାରେ ଘର ଆସି ଫେରିଯାଉଛି ବୋଲି କ୍ଷତିଗ୍ରସ୍ତ ପରିବାର କହିଛନ୍ତି। ତେବେ ସବୁତ ଜଳିପୋଡ଼ି ଛାରଖାର ହୋଇଗଲା କୋଉଠି ରହିବୁ ,କଣ ଖାଇବୁ ବୋଲି ପ୍ରଶାସନକୁ ପ୍ରଶ୍ନ କରିଛନ୍ତି। ସରକାର ଆମକୁ ସାହାଯ୍ୟ ପ୍ରଦାନ କରନ୍ତୁ ବୋଲି ନିବେଦନ କରିଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

An 18-room house | Argus News