Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନଦୀରେ ଭାସିଗଲେ ୮ମାସର ଗର୍ଭବତୀ ମହିଳା ଓ ୬ ବର୍ଷର ଝିଅ

Smruti Parija
Browse all articles by Smruti Parija
·1 year ago·1 min read
ନଦୀରେ ଭାସିଗଲେ ୮ମାସର ଗର୍ଭବତୀ ମହିଳା ଓ ୬ ବର୍ଷର ଝିଅ

କୋରାପୁଟ: କୋରାପୁଟ ଜିଲ୍ଲା ନାରାୟଣପାଟଣା  ଝଂଜାବତି ନଦୀରେ ୮ମାସର ଗର୍ଭବତୀ ମହିଳା ଓ ୬ ବର୍ଷର ଝିଅ ଭାସିଯାଇଥିବା ସନ୍ଧେହ । ପ୍ରସବ ପାଇଁ ପାଲାପୁଟ ସ୍ଥିତ ମାଆଗୃହରୁ ଶୌଚ ପାଇଁ ନିକଟସ୍ଥ ଝଂଜାବତି ନଦୀରେ ଯାଇ ନିଖୋଜ ହୋଇଥିବା ସୂଚନା ମିଳିଛି । 

ପ୍ରଥମେ ଝିଅ ପରେ ମାଆ ନଦୀ ଭିତରକୁ ପଶି ଯାଇଥିବା ସୂଚନା ।  ୬ବର୍ଷର ଝିଅକୁ ଉଦ୍ଧାର କରିବାକୁ ଯାଇ ଦୁର୍ଘଟଣା ଘଟିଥାଇ ପାରେ ବୋଲି ସ୍ଥାନୀୟ ପୋଲିସର ପ୍ରାଥମିକ ସୂଚନା ମିଳିଛି । ଗର୍ଭବତୀ ମହିଳା ନାରାୟଣପାଟଣା ଥାନା ଡୋକରିଘାଟି ଗାଁର ରାମ ତାଡିଂଙ୍କ ସ୍ତ୍ରୀ ମତି ତାଡିଂ ବୋଲି ଜଣାପଡ଼ିଛି । 

ଗତକାଲି ରାତ୍ରିରୁ ଘଟଣାସ୍ଥଳକୁ ସ୍ଥାନୀୟ ଦମକଳ ଟିମ୍ ଓ ପୋଲିସ ପହଞ୍ଚି ଖୋଜାଖୋଜି କରୁଛନ୍ତି । ଅନ୍ୟପଟେ ଅଗ୍ନିଶ୍ରମ ବାହିନୀ ଓ ଓଡ୍ରାଫ୍ ଟିମ୍ ପହଞ୍ଚି ଗର୍ବବତୀ ମହିଳାଙ୍କୁ ଉଦ୍ଧାର କରିଛନ୍ତି । କିନ୍ତୁ ଏବେ ବି ଛଅ ବର୍ଷ ଝିଅ ମିଳି ନଥିବା ସୂଚନା ରହିଛି । ଏନେଇ ସ୍ଥାନୀୟ ବାସିନ୍ଦା ସ୍ୱାସ୍ଥ୍ୟ ବିଭାଗର ଅପରତା ଯୋଗୁଁ ଆଜି ଗର୍ଭବତୀ ମହିଳା ଓ ଛୁଆର ଏପରି ଅବସ୍ଥା ହୋଇଛି ବୋଲି ଦାୟୀ କରିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
An 8-month pregnant woman and a 6-year-old girl floated in the river-in-koraput-narayanpatna | Argus News