Videos
|
Odisha

ନ୍ୟାୟ ପାଇଁ ଦୀର୍ଘ ୨ ଦିନ ହେଲା ଥାନାରେ ଅପେକ୍ଷା  କରିଛନ୍ତି ବୃଦ୍ଧା

Manini Pattanayak
Browse all articles by Manini Pattanayak
·2 years ago·1 min read
ନ୍ୟାୟ ପାଇଁ ଦୀର୍ଘ ୨ ଦିନ ହେଲା ଥାନାରେ ଅପେକ୍ଷା  କରିଛନ୍ତି ବୃଦ୍ଧା

କେନ୍ଦୁଝର: ନ୍ୟାୟ ପାଇଁ ଦୀର୍ଘ ୨ ଦିନ ହେଲା ଥାନାରେ ଅପେକ୍ଷା କରିଛନ୍ତି ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ୮୦ ବର୍ଷିୟା ବୃଦ୍ଧା।  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ପୋଲିସ। ଏଭଳି ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନାରେ। ଅଭିଯୋଗ ଅନୁଯାୟୀ ଘସିପୁରା ଥାନା କୋଳିମାଟି ଗ୍ରାମର ଜାବିନ ନାଏକ ୧୪ ତାରିଖ ଦିନ ଅପରାହ୍ନ ନିଜ ବିଲରେ କାମ କରୁଥିବା ବେଳେ ସେହି ଗ୍ରାମ ର ଭଗବାନ ରଣା ସେଠାରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ।

ଏନେଇ ଜାବିନ ନାଏକ ନିଜ ସମ୍ପର୍କୀୟ ଙ୍କ ସହ ଗୁରୁବାର ଦିନ ଘସିପୁରା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗ ଆଧାରରେ ମାମଲା ରୁଜୁ କରିବା ପରିବର୍ତ୍ତେ ଆଜି ଆସ କାଲି ଆସ କହୁଛନ୍ତି । ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ବୃଦ୍ଧା ନ୍ୟାୟ ପାଇବା ପାଇଁ ଦୀର୍ଘ ୨ ଦିନ ହେଲା ଥାନାର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ଜାବିନ ଙ୍କୁ ଆଜି ପର୍ଯ୍ୟନ୍ତ ନ୍ୟାୟ ଦେଇ ପାରିଲା ନାହିଁ ଘସିପୁରା ପୋଲିସ। ଜାବିନ ଙ୍କୁ ତୁରନ୍ତ ନ୍ୟାୟ ଦେବା ପାଇଁ ପରିବାର ଲୋକେ ଦାବି କରିଛନ୍ତି ।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: