Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗାଁ କୁ ଆସି ପାରିଲାନି ଆମ୍ବୁଲାନ୍ସ , ଖଟିଆରେ ବୁହାହେଲେ ରୋଗୀ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଗାଁ କୁ  ଆସି ପାରିଲାନି ଆମ୍ବୁଲାନ୍ସ , ଖଟିଆରେ ବୁହାହେଲେ ରୋଗୀ

ସୁନ୍ଦରଗଡ : ଗାଁ କୁ ଆସିଲାନି ଆମ୍ବୁଲାନ୍ସ । ଖଟିଆରେ ବୁହାହେଲେ ରୋଗୀ । ଏପରି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲ୍ଲି ବ୍ଲକ ସାନପତ୍ରାପାଲ୍ଲି ପଂଚାୟତ ପାତକିଜୋର ଗାଁ ରେ । ସେହି ଗାଁ ର ବିଛୁ ଦଣ୍ଡସନା ନାମକ ଜଣେ ବୃଦ୍ଧ ବ୍ୟକ୍ତି ଙ୍କର ଅ।ଜି ଦେହ ଖରାପ ଯୋଗୁ ଆମ୍ବୁଲାନ୍ସ କୁ ଡକା ହୋଇଥିଲା । ହେଲେ ଆମ୍ବୁଲାନ୍ସ ଗାଁ ର ଆମ୍ବକୁନି ପଡା ଭିତରକୁ ରାସ୍ତା ନ ଥିବାରୁ ପ୍ରବେଶ କରି ପାରି ନ ଥିଲା । ସେଥିପାଇଁ ଗାଁର ଯୁବକମାନେ ୨ କିମି ଖଟରେ ବୋହି ଆମ୍ବୁଲାନ୍ସ ପାଖକୁ ନେଇଥିଲେ ।

ଅଧିକ ପଢନ୍ତୁ : ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ପରେ ଗାଁକୁ ପହଁଚିନି ରାସ୍ତା

ଏଠାକୁ ରାସ୍ତା ପାଇଁ ଏଠାକାର ଅଧିବାସୀ ମାନେ ଅନେକ ବାର ବ୍ଲକ ପ୍ରଶାସନ ପାଖରେ ଦାବି କରିଥିଲେ ମଧ୍ୟ ସେମାନଙ୍କ ଦାବିକୁ କେହି ଶୁଣୁନାହାନ୍ତି । ଫଳରେ ଅ।ଜି ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି। ଗାଁ ର ଯୁବକ ମାନେ ବୃଦ୍ଧଙ୍କୁ ଖଟିଅ।ରେ ବୋହି ଅ।ଣି ଅ।ମ୍ଵୁଲାନ୍ସ ପାଖରେ ଛାଡିଥିଲେ । ପରେ ତାଙ୍କୁ ସୁନ୍ଦରଗଡ ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା ଖଟିଅ।ରେ ବୋହି ଅ।ଣୁଥିବା ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
An ambulance couldn't reach to village, and the patient was carrying to the hospital by bed | Argus News