ବାତ୍ୟା ସମୟରେ ବିପନ୍ନଙ୍କ ପାଇଁ ବନ୍ଧୁ ସାଜିଲେ ଆମ୍ବୁଲାନ୍ସ ଡ୍ରାଇଭର
·1 year ago·1 min read

କେନ୍ଦ୍ରାପଡା: ଦୁର୍ଦ୍ଦଶା ବେଳର ଦେବତା। କେନ୍ଦ୍ରାପଡ଼ା ରାଜନଗରରେ ବାତ୍ୟା ସମୟରେ ବିପନ୍ନଙ୍କ ପାଇଁ ବିପଦ ବେଳର ବନ୍ଧୁ ସାଜିଥିଲେ ଆମ୍ବୁଲାନ୍ସ ଡ୍ରାଇଭର ମାନସ। କର୍ମ ଆଗରେ ଫିକା ପଡିଲା ବାତ୍ୟା "ଦାନା" ର ତାଣ୍ଡବ । ଜଣେ ରୋଗୀଙ୍କୁ ନିଜ କୋଳରେ କୋଳେଇ ନେଇ ଦୀର୍ଘ ବାଟ ଅତିକ୍ରମ କରି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ପହଞ୍ଚାଇଲେ ଆମ୍ବୁଲାନ୍ସ ଡ୍ରାଇଭର। ଯେଉଁଥି ପାଇଁ ସମସ୍ତେ କହୁଛନ୍ତି ସାବାସ୍ "ମାନସ"।
କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ ନଗରପଡା ଅଂଚଳର ମାନସ ମଲ୍ଲିକ। ପେସାରେ ଜଣେ 108 ଆମ୍ବୁଲାନ୍ସ ଡ୍ରାଇଭର। ସେଥିରୁ ଯାହା ମିଳେ ପରିବାର ପ୍ରତିପୋଷଣ କରିବାରେ ଅସମର୍ଥ । ବାତ୍ୟା ସମୟରେ,ରାଜନଗର ଅଂଚଳରେ, ଗଛ ପଡିଯାଇ, ରାସ୍ତା ଅବରୋଧ ଥିବାରୁ, ଜଣେ ରୋଗୀଙ୍କୁ ତାଙ୍କ ଘରୁ ନିଜ କୋଳରେ କୋଳେଇ ଆଣି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପର୍ଯ୍ୟନ୍ତ ପହଞ୍ଚାଇଥିଲେ । ଯେଉଁ ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ବେଶ ଭାଇରାଲ ହେବାରେ ଲାଗିଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: