ପଣସ ଚୋରିକୁ ନେଇ ମରଣାନ୍ତକ ଆକ୍ରମଣ
·2 years ago·1 min read

କେନ୍ଦୁଝର: ଗଛରୁ ପଣସ କାଟିନେଇଥିବା ଅଭିଯୋଗ କରି ବୃଦ୍ଧା ମା ଓ ପୁଅ କୁ ପଡୋସୀ ଙ୍କ ମରଣାନ୍ତକ ଆକ୍ରମଣ। ଗୁରୁତର ଅବସ୍ଥାରେ ଉଭୟ ମା-ପୁଅ ଡାକ୍ତରଖାନା ରେ ଭର୍ତ୍ତି । ଆନନ୍ଦପୁର ଥାନା ଶିବନାରାୟଣପୁର ଗାଁ ରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଗାଁ ର ଅକୃର ବେହେରାଙ୍କ ଗଛରୁ କେହି ପଣସ କାଟି ନେଇଥିଲା। ତେବେ ଗତ କାଲି ସଂନ୍ଧ୍ୟା ରେ ଅକ୍ରୁର ନିଜର ପଡୋଷୀ ବୃଦ୍ଧା ଦେବକି ବେହେରାଙ୍କୁ ପଣସ କାଟିନେଇଥିବା ସନ୍ଦେହ କରି ଗାଳି ଗୁଲଜ କରିଥିଲେ। ସେହି ଘଟଣା କୁ କେନ୍ଦ୍ରକରି ଆଜି ପୁଣିଥରେ ଝଗଡା ହୋଇଥିଲା।
ଝଗଡା ସମୟରେ ଏକ ଠେଙ୍ଗାରେ ଅକୃର ଦେବକି ଙ୍କ ମୁଣ୍ଡକୁ ଶକ୍ତ ପାହାର ଦେଇଥିଲେ, ଏହି ସମୟରେ ଦେବକୀ ଙ୍କ ପୁଅ ନବଘନ ବାହାରି ଆସି ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଠେଙ୍ଗାରେ ନିସ୍ତୁକ ମାଡ ମାରିଥିଲେ ଅକୃର।ଉଭୟ ମା ଓ ପୁଅଙ୍କୁ ଗାଁ ଲୋକେ ଆଣି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଖବରପାଇ ପୋଲିସ୍ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: