Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗାଁ ମଝିରେ ବୁଲୁଛି ହାତୀ, ଲୋକେ ଆତଙ୍କିତ

Ritu Das
Browse all articles by Ritu Das
·2 years ago
ଗାଁ ମଝିରେ ବୁଲୁଛି ହାତୀ, ଲୋକେ ଆତଙ୍କିତ

ଅର୍ଗସ ବ୍ୟୁରୋ: ଗାଁ ମଝିରେ ବୁଲୁଛି ଦନ୍ତା ହାତୀ। ଯାହାକୁ ନେଇ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ଯାହା ଫଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି l ସନ୍ଧ୍ୟା ହେଲେ ଲୋକେ ତାଟି କବାଟ ଦେଇ ଘରେ ରହୁଛନ୍ତି। ଏଭଳି ଦେଖିବାକୁ ମିଳିଛି ରେଢ଼ାଖୋଲ ବନଖଣ୍ଡ ବଡବହାଲ ରେଞ୍ଜର କଦଳୀଗଡ଼ ଗ୍ରାମ ଓ ଚାରମାଲ ରେଞ୍ଜର ବନସାଜାଲ ଗ୍ରାମରେ। 

ଅଧିକ ପଢନ୍ତୁ: ତିରିଶଟିକିଆ ହାତୀପଲ ଗାଆଁ ମୁହାଁ

ଗାଁ ମଝିରେ ଦନ୍ତା ବୁଲୁଥିବା ବେଳେ ନିଜ ଜୀବନକୁ ବାଜି ଲଗାଇ ଗାଁ ଲୋକେ ଦନ୍ତାକୁ ଘଉଡ଼ାଉଛନ୍ତି। ବନ ବିଭାଗ ମଧ୍ୟ ନାଚାର ହୋଇ ହାତୀ ପଛେ ପଛେ ବୁଲୁଛନ୍ତି। ହାତୀ ଜନବସତି ଅଞ୍ଚଳକୁ ନ ଆସିବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଟ୍ରେଞ୍ଚ ଖୋଲୁଛନ୍ତି। କିନ୍ତୁ   ହାତୀ ଗାଁ ଭିତରେ ବୁଲିବା ବନ ବିଭାଗର ଟ୍ରେଞ୍ଚ ଖୋଳାକୁ ନେଇ ପ୍ରଶ୍ନ ଉଠିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଓଡିଶା ଖବର ଆହୁରି ପଢନ୍ତୁ

Sponsored