Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଶୋଇଥିବାବେଳେ ଗର୍ଭବତୀ ମା’ ସହ ୮ ବର୍ଷର ପୁଅଙ୍କୁ ଦଳିଦେଲା ହାତୀ

Odisha

ଶୋଇଥିବାବେଳେ ଗର୍ଭବତୀ ମା’ ସହ ୮ ବର୍ଷର ପୁଅଙ୍କୁ ଦଳିଦେଲା ହାତୀ

Ritu Das
Browse all articles by Ritu Das
·1 year ago
ଶୋଇଥିବାବେଳେ ଗର୍ଭବତୀ ମା’ ସହ ୮ ବର୍ଷର ପୁଅଙ୍କୁ ଦଳିଦେଲା ହାତୀ

ଅର୍ଗସ ବ୍ୟୁରୋ: ଗାଁରେ ପଶି ହାତୀ ଆକ୍ରମଣ । ଶୋଇଥିବା ବେଳେ ହାତୀ ଆକ୍ରମଣ କରିଥିବା ବେଳେ ଗର୍ଭବତୀ ଓ ତାଙ୍କ ସହିତ ପୁଅର ମୃତ୍ୟୁ ହୋଇଛି । ତିନି ଶିଶୁ କନ୍ୟା ଗୁରୁତର ହୋଇପଡିଛନ୍ତି । ସୁନ୍ଦରଗଡ଼ କୋଇଡ଼ା ଥାନା ବାଲିଯୁଡ଼ି ଗାଁରେ ଘଟିଛି ଏହି ଘଟଣା । ଘରେ ଶୋଇଥିବା ବେଳେ ହାତୀ ପଶି ଘର ଭାଙ୍ଗି ଦେଇଥିଲା । 

ଯାହାଫଳରେ କାନ୍ଥ ପଡି ଗର୍ଭବତୀଙ୍କ ସହ ତାଙ୍କ ୮ବର୍ଷ ପୁଅର ମୃତ୍ୟୁ ହୋଇଛି । ଗୁରୁତର ହୋଇପଡିଥିବା  ଶିଶୁକନ୍ୟାଙ୍କୁ ରାଉରକେଲା ଆରଜିଏଚକୁ ସ୍ଥାନାନ୍ତର କରାଯାଇଛି । ମୃତ ମହିଳା ଜଣକ ସୁକାନ୍ତି ଭତ୍ତା ଓ ଆଠ ବର୍ଷୀୟ ପୁଅ ସୁଖନାଥ ଭତ୍ତା ବୋଲି ଜଣାପଡିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
An elephant | Argus News