Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅଷ୍ଟାଦଶ ଲୋକସଭାରେ ବିଜେଡି ପାଇଁ ଲଜ୍ଜାଜନକ ପରିସ୍ଥିତି

Manini Pattanayak
Browse all articles by Manini Pattanayak
·2 years ago·2 min read
ଅଷ୍ଟାଦଶ ଲୋକସଭାରେ ବିଜେଡି ପାଇଁ ଲଜ୍ଜାଜନକ ପରିସ୍ଥିତି

ଭୁବନେଶ୍ୱର:  ଅଷ୍ଟାଦଶ ଲୋକସଭାରେ ବିଜେଡି ପାଇଁ ଲଜ୍ଜାଜନକ ପରିସ୍ଥିତି । ପ୍ରଥମ ଥର ପାଇଁ ଜଣେ ହେଲେ ବିଜେଡି ସାଂସଦ ପାରିଲେନି ଜିତି । ରାଜ୍ୟସଭାରେ ବିଜେଡି ନେବ ମୋଦି ସରକାର ବିରୋଧୀ ଆଭିମୁଖ୍ୟ । କ୍ଷମତାରୁ ଯିବା ପରେ ଇଣ୍ଡି ମେଣ୍ଟ ନିକଟତର ହେବା କି ନୀବନଙ୍କ ଲକ୍ଷ୍ୟ ? । ବିଶେଷଜ୍ଞ କହିଥିଲେ କ୍ଷମତା ଚାଲିଗଲେ ବିଜେଡି ହେବ ଖଣ୍ଡ ବିଖଣ୍ଡିତ । ପାଣ୍ଡିଆନଙ୍କୁ ଆଢୁଆଳରେ ରଖି ବଳ ବଢାଇବାକୁ ନବୀନଙ୍କ ଆପ୍ରାଣ ଉଦ୍ୟମ ।  ପ୍ରଥମ ଥର ପାଇଁ ବିନା ଲୋକସଭା ସାଂସଦରେ ଅନୁଷ୍ଠିତ ହୋଇଛି ବିଜେଡିର ସଂସଦୀୟ ଦଳ ବୈଠକ। 9 ରାଜ୍ୟସଭା ସାଂସଦଙ୍କୁ ନେଇ ବୈଠକ କରିଛନ୍ତି ସଭାପତି ନବୀନ ପଟ୍ଟନାୟକ। ରାଜ୍ୟରେ କ୍ଷମତାରୁ ବିଦା ହେବା ସହ ବଦଳିଛି ବିଜେଡିର ଆଭିମୁଖ୍ୟ। ପୂର୍ବ ଭଳି ସଂସଦରେ ଆଉ ମୋଦି ସରକାରଙ୍କୁ ସହଯୋଗ କରିବନି ବିଜେଡି। କେନ୍ଦ୍ର ସରକାର ବିରୋଧୀ ଆଭିମୁଖ୍ୟ ଆପଣାଇବ ଦଳ।

ଏହି ପରିବର୍ତ୍ତିତ ଆଭିମୁଖ୍ୟ ଦର୍ଶାଉଛି କି ଏବେ ଇଣ୍ଡି ମେଣ୍ଟ ମୁହାଁ ବିଜୁଜନତା ଦଳ। କଂଗ୍ରେସକୁ ଆଶାବାଡ଼ି କରି କ୍ଷମତାକୁ ଫେରିବା ପାଇଁ ଯୋଜନା କରୁଛି କି ବିଜେଡି ? କାରଣ ଓଡ଼ିଶାରେ ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସର କେନ୍ଦ୍ରୀୟ ନେତାଙ୍କର ବିଜେଡି ପ୍ରତି ନରମ ଆଭିମୁଖ୍ୟ ଏଭଳି ସମ୍ଭାବନାକୁ ଅଧିକ ବଳ ଦେଇଛି।   ନିର୍ବାଚନ ବେଳେ ବିଶେଷଜ୍ଞଙ୍କ ମତ ଥିଲା କ୍ଷମତା ଚାଲିଗଲେ ଖଣ୍ଡ ବିଖଣ୍ଡିତ ହୋଇଯିବ ବିଜେଡି। ପରାଜୟ ପରେ ନବୀନଙ୍କୁ ଘାରିଛି ବଳରେ ବିଭାଜନର ଆଶଙ୍କା। ସେଥିପାଇଁ ପାଣ୍ଡିଆନଙ୍କୁ ଆଢୁଆଳରେ ରଖି ଦଳକୁ ବଞ୍ଚାଇବା ଲାଗି ଆପ୍ରାଣ ଉଦ୍ୟମ ଚଳାଇଛନ୍ତି ନବୀନ।  ସୋମବାର ଆରମ୍ଭ ହୋଇଛି ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ। ନବ ନିର୍ବାଚିତ ସାଂସଦଙ୍କର କରାଯାଇଛି ଶପଥ ପାଠ। କିନ୍ତୁ ପ୍ରଥମ ଥର ପାଇଁ ଲୋକସଭାରେ ନାହାନ୍ତି ଜଣେ ହେଲେ ମଧ୍ୟ ବିଜେଡି ସାଂସଦ। 1997ରେ ଦଳ ଗଠନ ପରଠୁ ପ୍ରଥମ ଥର ପାଇଁ ଲୋକସଭାରେ ଶୂନ ହୋଇଯାଇଛି ବିଜୁ ଜନତା ଦଳ। 24 ନିର୍ବାଚନରେ ଓଡ଼ିଶାର 21ଟି ଲୋକସଭା ଆସନ ମଧ୍ୟରୁ ବିଜେପି ରେକର୍ଡ 20 ଆସନରେ ବାଜିମାତ କରିଥିବା ବେଳେ କଂଗ୍ରେସ ଗୋଟିଏ ଆସନ ଜିତିଥିଲା ।

ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
An embarrassing situation for BJD in the 18th Lok Sabha | Argus News