Videos
|
Odisha

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବସିବାକୁ ଯାଉଛି ଗୁରୁତ୍ୱପୂର୍ଣ୍ଣ ବୈଠକ

Banajyotshna Ray
Browse all articles by Banajyotshna Ray
·2 years ago
ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବସିବାକୁ ଯାଉଛି ଗୁରୁତ୍ୱପୂର୍ଣ୍ଣ ବୈଠକ

ଅର୍ଗସ ବ୍ୟୁରୋ:  ରତ୍ନଭଣ୍ଡାର ମରାମତି ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଆଜି ବସିବାକୁ ଯାଉଛି ଗୁରୁତ୍ବପୂର୍ଣ୍ଣ ବୈଠକ। ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ଦିନ 11ଟାରେ ଆରମ୍ଭ ହେବ ବୈଠକ। ଏଏସଆଇ ଅଧିକାରୀଙ୍କ ସହ ଭିତର ରତ୍ନଭଣ୍ଡାର ମରାମତି ନେଇ ବିସ୍ତୃତ ଆଲୋଚନା କରାଯିବ। ପ୍ରାଥମିକ ଯାଞ୍ଚ ସରିଥିବା ବେଳେ ଖୁବ ଶୀଘ୍ର ଭିତର ଓ ବାହାର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଆରମ୍ଭ ହେବା ନେଇ କିଛି ଦିନ ତଳେ ପ୍ରତିକ୍ରିୟା ରଖିଥିଲେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। 2018 ମସିହାରୁ ଭିତର ରତ୍ନଭଣ୍ଡାର ଅସୁରକ୍ଷିତ ହୋଇପଡିଥିବା ଯାଞ୍ଚ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା।

ଦୀର୍ଘବର୍ଷ ପରେ ଭିତର ରତ୍ନଭଣ୍ଡାର ଖୋଲାଯାଇ ବହୁମୂଲ୍ୟ ଅଳଙ୍କାର ସବୁ ଖଟଶେଯ ଘରକୁ ସ୍ଥାନାନ୍ତରିତ ହୋଇଛି। ଏବେ ମରାମତି ପରେ ରତ୍ନଗଣତି କରାଯିବ ବୋଲି ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ରଥ ମଧ୍ୟ ପ୍ରତିକ୍ରିୟା ରଖିଥିଲେ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: