ନବୀନ ନିବାସରେ ସରିଲା ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ

ଅର୍ଗସ ବ୍ୟୁରୋ : ନବୀନ ନିବାସ ଆଗର ଆଜି ଜମିଥିଲା ବିଜେଡ଼ି ନେତାଙ୍କ ଭିଡ଼ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ଏବେ ଏହି ବୈଠକ ଶେଷ ହୋଇଛି । ବୈଠକରେ ଜିଲ୍ଲାଓ୍ବାରୀ ପର୍ଯ୍ୟବେକ୍ଷକମାନେ ସ୍ଥିତି ସମ୍ପର୍କରେ ରିପୋର୍ଟ ଦେଲେ । ପ୍ରତି ନିର୍ବାଚନ ମଣ୍ଡଳୀରେ ଦଳୀୟ ସ୍ଥିତିକୁ ନେଇ ବୈଠକରେ ତର୍ଜମା କରାଯାଇଛି । ଏଥିରେ ଦଳର ସବୁ ଜିଲ୍ଲା ପର୍ଯ୍ୟବେକ୍ଷକ ଓ ଟପ ୨୮ ନେତା ଉପସ୍ଥିତ ଥିଲେ ।
ଅଧିକ ପଢନ୍ତୁ : ନବୀନ ନିବାସରେ ପହଞ୍ଚୁଛନ୍ତି ଜଣଙ୍କ ପରେ ଜଣେ ବରିଷ୍ଠ ନେତା
ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ଅଶୋକ ପଣ୍ଡା, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରୀତିରଞ୍ଜନ ଘଡାଇ, ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ସସ୍ମିତ ପାତ୍ର, ବିଧାୟକ ପ୍ରଣବ ବଳବନ୍ତରାୟ, ଅରୁଣ ସାହୁ, ସମ୍ବିତ ରାଉତରାୟ, ସ୍ନେହାଙ୍ଗିନୀ ଛୁରିଆ, ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଉପସ୍ଥିତ ଥିଲେ । ସେହିପରି ଆହୁରି ଅନେକ ନେତା ମାନେ ମଧ୍ୟ ଉପସ୍ଥିତ ଥିଲେ ।