Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନବୀନ ନିବାସରେ ବସିବ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ 

Manini Pattanayak
Browse all articles by Manini Pattanayak
·2 years ago·1 min read
ନବୀନ ନିବାସରେ ବସିବ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ 

ଭୁବନେଶ୍ୱର:  ୨୪ ପାଇଁ ୨ ପ୍ରମୁଖ ରାଜନୈତିକ ଦଳର ଜୋରଦାର ପ୍ରସ୍ତୁତି । ବିଜେପିର ରାଜ୍ୟ ନେତୃତ୍ବଙ୍କୁ ଦିଲ୍ଲୀ ଡାକରା । ରାଜ୍ୟ ସଭାପତି, ସଙ୍ଗଠନ ସମ୍ପାଦକ ସହ କୋର୍ କମିଟିର କିଛି ନେତା ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି । ଆଜି ସନ୍ଧ୍ୟା ୫ଟାବେଳେ ଦିଲ୍ଲୀରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ । ରାଜ୍ୟ ନେତୃତ୍ବଙ୍କ ସହ ଆଲୋଚନା କରିବେ କେନ୍ଦ୍ରୀୟ ନେତା । ୨୪ ପାଇଁ ମିଶନ ଓଡ଼ିଶାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ।

ନିର୍ବାଚନ ରଣନୀତି ଏବଂ ଦଳ ଓଡ଼ିଶାରେ କେମିତି ଲଢିବ ସେ ନେଇ ଆଲୋଚନା ହେବ । ସେପଟେ ଅପରାହ୍ନ ୩ଟା ୩୦ରେ ନବୀନ ନିବାସରେ ବସିବ BJDର ଗୁରୁତ୍ବପୂର୍ଣ୍ଣ ବୈଠକ । ଦଳର ବରିଷ୍ଠ ନେତାଙ୍କୁ ନବୀନ ନିବାସ ଡାକରା ହୋଇଛି । କିଛି ବଡ଼ ନିଷ୍ପତ୍ତି ହେବ ବୋଲି ସୂଚନା ମିଳିଛି ।  ।  ନବୀନ ନିବାସରେ ପହଞ୍ଚିଛନ୍ତି  ବରିଷ୍ଠ ନେତାମାନେ।  ମନ୍ତ୍ରୀ ରାଜା ସ୍ୱାଇଁ, ଟୁକୁନି ସାହୁ, ଅଶୋକ ପଣ୍ଡା, ଅତନୁ ନାୟକ, ପ୍ରଫୁଲ୍ଲ ମଲ୍ଲିକ, ଜଗନ୍ନାଥ ସାରକା  ନବୀନ ନିବାସରେ ପହଞ୍ଚିଛନ୍ତି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
An important meeting of BJDwill be held at Naveen's residence | Argus News