Videos
|
Odisha

ଆଜି ନୀଳାଦ୍ରୀ ଭକ୍ତ ନିବାସରେ ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଆଜି ନୀଳାଦ୍ରୀ ଭକ୍ତ ନିବାସରେ ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ

ଅର୍ଗସ ବ୍ୟୁରୋ : ଆଜି ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ। ନୀଳାଦ୍ରି ଭକ୍ତ ନିବାସରେ ଦିନ ୧୧ଟାରେ ଗଜପତି ମହାରାଜା ଦିବ୍ୟ ସିଂହଦେବ ଅଧକ୍ଷତା ପରିଚାଳନା କମିଟି ବୈଠକ ବସିବ । ପହଣ୍ଡି ସମୟରେ ହୋଇଥିବା ବିଭ୍ରାଟ ଘଟଣାର ୩ ଜଣିଆ ତଦନ୍ତ କମିଟି ରିପୋର୍ଟ ପରିଚାଳନା କମିଟି ବୈଠକରେ ଉପସ୍ଥାପନ କରାଯିବ। ଅନ୍ୟପଟେ 2024-2025 ବର୍ଷର ଆର୍ଥିକ ଶ୍ରୀମନ୍ଦିର ବଜେଟ ଆଗତ କରାଯିବ l ଗତକାଲି ଅର୍ଥ ସବକମିଟି ବୈଠକରେ ଚଳିତ ବର୍ଷର ବଜେଟ ଆଗତ କରାଯାଇଥିଲା l ଚଳିତ ବର୍ଷର ୩୮୬ କୋଟି ଟଙ୍କାର ବଜେଟ ରହିଥିବା ବେଳେ ଆଜି ପରିଚାଳନା ବୈଠକରେ ଏହା ଅନୁମୋଦନ କରାଯିବ l

ଅଧିକ ପଢନ୍ତୁ : ନୂଆ ଗାଇଡ ଲାଇନ୍ ସହ ହେବ ନିଯୁକ୍ତି ପ୍ରକ୍ରିୟା

ସେପଟେ ଆଗାମୀ ଦିନରେ ଭକ୍ତମାନେ ଯେଭଳି ଗୋ୍ଲଡ଼ ବଣ୍ଡ କିଣି ପାରିବେ ସେ ବ୍ୟବସ୍ଥା ନେଇ ପରିଚାଳନା କମିଟି ବୈଠକରେ ଉପସ୍ଥାପନ କରାଯିବାକୁ ଥିବାବେଳେ ମହାପ୍ରଭୁଙ୍କ ପାଇଁ ନୂଆ ସୁବର୍ଣ୍ଣ ଅଳଙ୍କାର ସେଟ ଗଠନ ପାଇଁ ମଧ୍ୟ ହୋଇପାରେ ଆଲୋଚନା l  l ଶ୍ରୀମନ୍ଦିର ବଜେଟରେ ସେବକଙ୍କ କଲ୍ୟାଣପାଣ୍ଠି ସହ ଆଦର୍ଶ ଗୁରୁକୂଳ, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ସହ ଆନୁସଙ୍ଗିକ  ବ୍ୟବସ୍ଥା ବ୍ୟୟବରାଦ ଉପରେ ହୋଇପାରେ ଆଲୋଚନା l
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: