ଆନ୍ତଃ ରାଜ୍ୟ ବିବାଦର ସମାଧାନ ପାଇଁ ଗଠନ ହେବ ଆନ୍ତ ମନ୍ତ୍ରୀ ସ୍ତରୀୟ କମିଟି

ଅର୍ଗସ ବ୍ୟୁରୋ: ଆନ୍ଧ୍ର ସହ ଜଳ ଓ ସୀମା ବିବାଦ.. ଛତିଶଗଡ ସହ ଜଳବିବାଦ... ପୋଲାଭରମ, ବଂଶଧାରାକୁ ନେଇ ଆନ୍ଧ୍ର ବିବାଦ ପୁଣି କୋଟିଆକୁ ସୀମାକୁ ନେଇ କଳି.. ଏପଟେ ମହନଦୀ ଜଳକୁ ନେଇ ଛତିଶଗଡ ସହ ବିବାଦ । 24 ବର୍ଷର ସରକାର ବିବାଦ ତ ସମାଧାନ କଲାନି ବରଂ କୋର୍ଟ କଚେରୀ ଓ ଟ୍ରିବ୍ୟୁନାଲରେ ମାମଲା ଅଧିକ ଗୋଳମାଳିଆ ହେଲା.. ସମୟ ଗଡିଲା.. ହେଲେ ବାହାରିଲାନାହିଁ ସମାଧାନର ବାଟ.. ଆସନ୍ତୁ ନଜର ପକାଇବା ଏ 4 ଆନ୍ତରାଜ୍ୟ ବିବାଦ ଉପରେ
ମହାନଦୀ । ଉପର ମୁଣ୍ଡରେ ଛଚିଶଗଡ ମନଇଛା ବ୍ୟାରେଜ କରି ପାଣି ଅଟକାଇବାକୁ ନେଇ ଉପୁଜିଥିଲା ବିବାଦ...ପ୍ରଥମେ ବିଜେଡି ସରକାର କହିଲେ ଉପର ମୁଣ୍ଡରେ ଯେତେ ବ୍ୟାରେଜ କଲେ ବି ଓଡିଶା ଉପରେ କିଛି ପ୍ରଭାବ ପଡିବ ନି.. ହେଲେ 2017 ପଞ୍ଚାୟତ ନିର୍ବାଚନ ବେଳେ ଏହାକୁ ବଡ ପ୍ରସଙ୍ଗ କରି କେନ୍ଦ୍ର ଅବହେଳାର ନାରା ଦେଲେ ବିଜେଡି ସରକାର... ମହାନଦୀକୁ ମା କହି କଳସ ଶୋଭାଯାତ୍ରା ବି କଲେ... 2018ରେ ଜଳସଂପଦ ମନ୍ତ୍ରୀ ଓ ସଚିବ କହିଲେ ତଳ ମୁଣ୍ଡରେ ମହାନଦୀରେ 7 ବ୍ୟାରେଜ ହେବ.. ହେଲେ କ୍ଷମତାରୁ ଗଲେ ସିନା ହେଲେ ପ୍ରସ୍ତାବିତ ସ୍ଥାନରେ ମାଟି ମୁଠାଏ ପକାଇଲେ ନାହିଁ ।
କୋଟିଆରେ ଆନ୍ଧ୍ର ଦାଦାଗିର କରୁଛି.. ଓଡିଶା ସୀମରେ ପଶି ଓଡିଶା ମାଟିକୁ ନିଜର କହୁଛି.. ହେଲେ 24 ବର୍ଷର ସରକାର ଏହି ବିବାଦର ସମାଧାନ କରିବା ନେଇ ନେଲେ ନାହିଁ ଆଖି ଦୃଶିଆ ପଦକ୍ଷେପ.. ମାମଲା ସୁପ୍ରିମ କୋର୍ଟରେ ଅଛି କହି ପରୋକ୍ଷରେ ଆନ୍ଧ୍ରକୁ ଅନୁପ୍ରବେଶର ସୁଯୋଗ ଦେଲେ... ଗୋଟିଏ ଥର ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଡାକି ସଚିବଳାୟରେ ବୈଠକ କରିଥିଲେ ନବୀନ.. ହେଲେ ମାମଲା ସମଧାନ ହେବ କଣ ଆନ୍ଧ୍ରର ଅନୁପ୍ରବେଶ ବଢିଲା ।
ବଂଶଧାରା ନଦୀ ଜଳକୁ ନେଇ ବି ଲାଗି ରହିଛି ବିବାଦ... ବଂଶଧାରରା ଉପର ମୁଣ୍ଡର ନେରେଡି ଠାରେ ଆନ୍ଧ୍ର ବ୍ୟାରେଜ ନିର୍ମାଣ ପାଇଁ ଟ୍ରିବ୍ୟୁନାଲର ସବୁଜ ସଙ୍କେତ ପରେ ତଳମୁଣ୍ଡରେ ଲୋକଙ୍କ ଚିନ୍ତା ବଢିଛି । ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲର ନିଷ୍ପତ୍ତି ଅନୁଯାୟୀ, ବ୍ୟାରେଜରେ ଦୁଇଟି ମୁଖ୍ୟ ସ୍ଲୁଇସ ଫାଟକ ରହିବ । ତେଣୁ ନେରେଡିରେ ବ୍ୟାରେଜ ନିର୍ମାଣ ହେଲେ ଓଡିଶାର ଅନେକ ଅଂଚଳ ଜଳମଗ୍ନ ହେବ । ଅନେକ ପରିବାର ବିସ୍ଥାପିତ ହେବେ ।
ଏ 4 ଆନ୍ତରାଜ୍ୟ ବିବାଦର ସମାଧାନ ପାଇଁ ଆପୋଷ ଆଲୋଚନାକୁ ମୁଖ୍ୟ ଅସ୍ତ୍ର କରି ଆଗକୁ ବଢିବା ପାଇଁ ଗଠନ ହେବ ଆନ୍ତ ମନ୍ତ୍ରୀ ସ୍ତରୀୟ କମିଟି ।24 ବର୍ଷ ଧରି ଏସବୁ ବିବାଦ ସମାଧାନ ପାଇଁ ଆନ୍ତରିକତା ଦେଖାଇ ନଥିବା ବିଜେଡି ନେତା ଏବେ ବିଜେପି ସରକାର ପାଖରୁ ଆନ୍ତରିକତା ଦେଖାଇବା ଦାବି କରୁଛନ୍ତି । ଯେଉଁ କାମ 24 ବର୍ଷରେ ହେଲାନି.. ଏବେ ନୂଆ ସରାକାର ଆପୋଷ ଆଲୋଚନା ସମାଧାନ କେମିତି କରୁଛନ୍ତି ତା ଉପରେ ନଜର ।
ଅଧିକ ପଢ଼ନ୍ତୁ ଓଡିଶା ଖବର: