ବୁରମାଳ ଜଙ୍ଗଲରେ ହୋଇଥିବା ୩ଟି ହାତୀମୃତ୍ୟୁର ହେବ ତଦନ୍ତ
·1 year ago

ଅର୍ଗସ ବ୍ୟୁରୋ: ରେଢାଖୋଲ ନାକଟି ଦେଉଳ ରେଂଜ ବୁରମାଳ ଜଙ୍ଗଲରେ ହୋଇଥିବା ୩ଟି ହାତୀମୃତ୍ୟୁର ତଦନ୍ତ କରାଯିବ । ଘଟଣାସ୍ଥଳକୁ ଯାଇ 24 ଘଣ୍ଟା ରେ ତଦନ୍ତ ରିପୋର୍ଟ ଦେବାକୁ ସିସିଏଫ ଓ ଆରସିସିଏଫଙ୍କୁ ନିର୍ଦେଶ ଦିଆଯାଇଛି । ଦାୟିତ୍ବରେ ଥିବା ବିଭାଗୀୟ ବନ କର୍ମଚାରୀଙ୍କ ବିରୋଧରେ ବିଭାଗୀୟ ତଦନ୍ତ ହେବ ବୋଲି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ କହିଛନ୍ତି । ହାତୀ ମୃତ୍ୟୁ ଘଟଣାରେ ଉଭୟ ବନ ଓ ବିଦ୍ୟୁତ ବିଭାଗର ତ୍ରୁଟି ରହିଛି । ହାତୀ ଗଣନା ଚାଲିଥିବାରୁ ବିଦ୍ୟୁତ ବିଭାଗ ସହ ବନ କର୍ମଚାରୀ ପାଟ୍ରୋଲିଂ କରିବା କଥା । ପ୍ରାଥମିକ ଆକଳନରୁ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ବାରହା ଶିକାର ପାଇଁ ବିଦ୍ୟୁତ ତାର ବିଛାଇଥିବା ଶିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: