ପାରିବାରିକ କଳହକୁ ନେଇ ବିଷ ପିଇଲେ ବୃଦ୍ଧ ଦମ୍ପତି
·1 year ago

ଅର୍ଗସ ବ୍ୟୁରୋ: ପାରିବାରିକ କଳହକୁ ନେଇ ବିଷ ପିଇଲେ ବୃଦ୍ଧ ଦମ୍ପତି। ବିଷପିଇ ବୃଦ୍ଧା ମୃତ୍ୟୁବରଣ କରିଥିବାବେଳେ ବୃଦ୍ଧ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା କୋରେଇ ଥାନା ରାଉତପଡା ଗ୍ରାମରେ । ଗତକାଲି ବିଳମ୍ବିତ ରାତିରେ ପାରିବାରିକ କଳହ କୁ ନେଇ ଗ୍ରାମ ର ଉମାମଣି ବେହେରା ଏବଂ ସ୍ୱାମୀ ବାବାଜୀ ବେହେରା ବିଷ ପିଇ ଦେଇଥିଲେ। ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଉମାମଣିଙ୍କୁ ମୃତ ଘୋଷଣା କରିଥିଲେ। ଉମାମଣି ଙ୍କ ସ୍ୱାମୀ ବାବାଜୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: